ବଲାଙ୍ଗିର ଓକିଲ ସଂଘ ନିର୍ବାଚନ : ପ୍ରବୀଣ ମିଶ୍ର ସଭାପତି ଓ ଅମନ ନାଗ ସଂପାଦକ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏକ ବର୍ଷ ପାଇଁ ଆଜି ବଲାଙ୍ଗିର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ଏଥିରେ ପ୍ରବୀଣ ମିଶ୍ର ସଂଘର ସଭାପତି, ସରୋଜ ଗୁପ୍ତା ଉପ ସଭାପତି, ଅମନ ନାଗ ସଂପାଦକ, ଶିତାଂଶୁ ଶତପଥି ସହ ସଂପାଦକ, ରୁଦ୍ର ନାରୟଣ ଥନାପତୀ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ବିରେନ୍ଦ୍ର ମିଶ୍ର, ପଦ୍ମନାଭ ପଟେଲ, ରବିନାରାୟଣ ବହିଦାର,ଜ ୟରାମ ମିଶ୍ର, ଶଙ୍କର ମିଶ୍ର,ଅସିତ ସଡଙ୍ଗି, ଏସ. ଶ୍ରନିବାସ ରାଓ, ଚନ୍ଦ୍ରଶେଖର ମିଶ୍ର, ଅଶୋକ ରାଉତ, ଦିନେଶ ନାଗ ଓ ଉମାଶଙ୍କର ସାହୁ କାର୍ୟ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ସଂଘର ସଭାପତି ପଦ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତାରେ ପ୍ରବୀଣ ମିଶ୍ର ୨୨୬ ଖଣ୍ଡ ଓ ଆଶୁତୋଷ ସଡଙ୍ଗି ୧୬୬ ଖଣ୍ଡ ଭୋଟ ପାଇଥିବା ବେଳେ ସଂପାଦକ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ଅମନ ନାଗ ୧୫୪ଖଣ୍ଡ, ବାସୁ ରଥ ୧୧୭ ଖଣ୍ଡ ଓ ଅଧିକାରୀ ଦନ୍ତା ୧୧୭ ଖଣ୍ଡ ଭୋଟ ପାଇଥିଲେ । ମୋଟ ୧୧ ଖଣ୍ଡ ଭୋଟ ନାକଚ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.