ଛାତ ସିଢିରୁ ଖସି ପଡି ଜଣେ ବ୍ୟକ୍ତି ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆଁପଡା ଗ୍ରାମରେ ଜଣେ ବ୍ୟକ୍ତି ଛାତ ସିଢିରୁ ଖସି ପଡି ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ନୂଆଁପଡା ଗ୍ରାମର ସୁରୁ କୁମ୍ଭାର (୪୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ଖରା ଦିନ ହେତୁ ରାତ୍ରୀ ସମୟରେ ସୁରୁ ନିଜ ଛାତକୁ ସୋଇଯିବା ସମୟରେ ସିଢିରୁ ଖସି ପଡିଥିଲେ । ଫଳରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ସୁରୁଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!