ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘର ପ୍ରତିଷ୍ଠା ଦିବସ ଏବଂ ନୂତନ କର୍ମକର୍ତ୍ତା ଚୟନ ସମ୍ପର୍କିତ ଆଲୋଚନା ହୋଇଥିଲା । ଆସନ୍ତା ଅଗଷ୍ଟ ୩୦ ତାରିଖ ଦିନ ସଂଘର ପ୍ରତିଷ୍ଠା ଦିବସ ପାଳନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ଦିନ ସଂଘର ନିର୍ବାଚନ କରିବାକୁ ସ୍ଥିରୀକୃତ ହୋଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ ଲଗାଯିବା ଭଳି ସରକାରଙ୍କ ନିଷ୍ପତ୍ତିକୁ ବୈଠକରେ ନିନ୍ଦା କରାଯାଇଥିଲା । ବୈଠକରେ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ମିଶ୍ର, ମାନସ ରଂଜନ ମହାନ୍ତି, ସାଧାରଣ ସମ୍ପାଦକ ବଳରାମ ମିଶ୍ର, ସାଙ୍ଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ସମ୍ପାଦକ ରଞ୍ଜିତ ବେହେରା, ଦିପକ ସମାଦ୍ଦାର, ବଂଶୀଧର ସେଠ, କୋଷାଧ୍ୟକ୍ଷ ସୁନିଲ କୁମାର ମହାନ୍ତି, ଉପଦେଷ୍ଟା ମଣ୍ଡଳୀ ନବୀନ ପଶାୟତ, ସୁବାସ ଚନ୍ଦ୍ର ପଣ୍ଡା, ସୋମନାଥ ଆଚାର୍ଯ୍ୟ, ସୁଧୀର ଚନ୍ଦ୍ର ପଣ୍ଡା, ଶିଶିରକାନ୍ତ ଶତପଥି, ଗୋପବନ୍ଧୁ ଶତପଥୀ, ଦିଲ୍ଲୀପ ପୁରୋହିତ, କାର୍ଯ୍ୟକାରୀ କମିଟି ସଦସ୍ୟ ସତ୍ୟସୁନ୍ଦର ଭଞ୍ଜ, ଶିବପ୍ରସାଦ ପରିଡ଼ା, ସଦାଶିବ ସରାଫ, ଚନ୍ଦ୍ରଭାନୁ ମୋଲାନା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚିତ୍ତରଂଜନ ମିଶ୍ର, ବିମଳେନ୍ଦୁ ସାହୁ, ସଞ୍ଜୟ କୁମାର ବେହେରା ପ୍ରମୁଖ ସଦସ୍ୟ ଯୋଗଦାନ କରିଥିଲେ ।

Leave A Reply

Your email address will not be published.