ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୌଡ଼ଜୁରୀ ଗ୍ରାମରେ ହନୁମାନ ମନ୍ଦିର ଓ ପୁଷ୍କରିଣୀ ପ୍ରତିଷ୍ଠା ପାଇଁ ଏକ ବୈଠକ ଆଜି ବେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ନବ ନିର୍ମିତ ହନୁମାନ ମନ୍ଦିର ଓ ନୂତନ ପୁଷ୍କରିଣୀ ପ୍ରତିଷ୍ଠା ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାଆଡମ୍ବର ସହକାରେ ପାଳନ କରାଯିବା ନେଇ ବୈଠକରେ ସ୍ଥିର କରାଗଲା ଓ ଯୁବକ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଏଥିରେ ପ୍ରଭାତ ବିଶ୍ୱାଳ, ହେମଚନ୍ଦ୍ର ଗିଙ୍ଗରା, ଦୁର୍ଯ୍ୟୋଧନ ବରିହା, ଦିବା ବରିହା, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିବା ବେଳେ ଧର୍ମ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!