ଟେଣ୍ଟ ମାଲିକ ସଂଘର ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାମ ନାରାୟଣ ଦାଶ ସଭାପତିତ୍ବରେ କରିଥିଲେ । ବରଗଡ଼ ଜିଲ୍ଲା ସଭାପତି କ୍ଷୀରୋଦ୍ର ଶତପଥୀ, ସଂପାଦକ ବାବୁ ପ୍ରଧାନ, ରାଜ କୁମାର ଛତରିଆ, ସୁଜିତ ବେହେରା, ସଂପର୍କ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କରୋନା ମହାମାରୀ ପାଇଁ ଚଳିତ ବର୍ଷ ବ୍ୟବସାୟ ସମ୍ପୂର୍ଣ୍ଣ ଉଜୁଡ଼ି ପଡିଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ସଂଘର ନିୟମ କାନୁନ୍‌ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଟେଣ୍ଟ ସାମଗ୍ରୀର ଦର ନିର୍ଦ୍ଧାରିତ କରାଯାଇଥିଲା । ଶେଷରେ ପଦ୍ମପୁର ଉପଖଣ୍ତ ଟେଣ୍ଟ ମାଲିକ ସଂଘ ସଂପାଦକ ପ୍ରଶାନ୍ତ ସାହୁ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.