om academy

ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ପ୍ରାକ ପ୍ରସ୍ତୁତି ବୈଠକ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନେହେରୁ ଯୁବକେନ୍ଦ୍ର ଗଞ୍ଜାମ ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେଙ୍କ ପରାମର୍ଶ କ୍ରମେ ଗଞ୍ଜାମ ସହରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ନେଇ ସହର ସ୍ଥିତ ଲଛମନ ବାଲାଜୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା କମ୍ୟୁନିଟି ହଲ ମଧ୍ୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୟୁଥ କ୍ଳବ ସଭାପତି, ଗଞ୍ଜାମ ପ୍ରେସ କ୍ଳବ ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରାକ ପ୍ରସ୍ତୁତି ବୈଠକରେ ଜାନୁୟାରୀ ୯ ତାରିଖରେ ସହର ସ୍ଥିତ ମିନିଷ୍ଟାଡିୟମ ପରିସରରେ ଆୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଗ୍ରାମାଞ୍ଚଳରେ ଯୁବଗୋଷ୍ଟୀମାନଙ୍କ ନିକଟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ବଣର ମଲ୍ଲି ପରି ଦିନକୁ ଦିନ ଲୋପ ପାଇଯାଉଥିବା କଳା ଓ କାଳାକାରଙ୍କ ପ୍ରତିଭା ବିକଶିତ କରିବା ସହ କଳାକାରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଯୁବ କଳାକାରମାନେ କିପରି ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ୟୁଥ କ୍ଳବର ସମ୍ପାଦିକା ବିଜୟଲକ୍ଷ୍ମୀ ମହାକୁଡ଼ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିବା ସହ କାର୍ଯ୍ୟକ୍ରମ କିପରି ଆକର୍ଷଣୀୟ ହୋଇପାରିବ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ଗଞ୍ଜାମ ବିଜେଡି ନଗର ସଭାପତି, ସାନ ବଜାର ବଣିକ ସଂଘ ସଭାପତି ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ଉପଦେଷ୍ଟା ସୁଧିର କୁମାର ପାଢୀ କାର୍ଯ୍ୟକ୍ରମ କିପରି ଉଚ୍ଚକୋଟିର ହୋଇ ପାରିବ ଓ କୋଭିଡ କଟକଣା ଅନୁଯାୟୀ କରାଯିବ ସେ ସମ୍ବନ୍ଧରେ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସୁଥିବା ଯୁବ କଳାକାରଙ୍କ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଓଡିଶୀ, ଦେଶାତ୍ମକ ବୋଧକ, ଆଧୁନିକ ନୃତ୍ୟ ସଙ୍ଗୀତ, ସଚେତନତା ମୂଳକ ନାଟକ, ଦେଶାତ୍ମକବୋଧ ନାଟକ ଓ ନୃତ୍ୟ ସଙ୍ଗୀତ, ଲୋକକାଳା ଓ ଜିଲ୍ଲାର କାଳାକାରମାନଙ୍କୁ ସୁଯୋଗ ଦେବା ପାଇଁ ଆଲୋଚନା ହୋଇଥିଲା । ଆଇନଜୀବୀ ତଥା ନାଟ୍ୟ ନିର୍ଦେଶକ ପଙ୍କଜ କୁମାର ବାରିକ, ପୂର୍ବତନ ସରପଞ୍ଚ ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ମ୍ୟାନେଜର ଗୋବିନ୍ଦ ରେଡି, ଗଞ୍ଜାମ ସାଂସ୍କୃତିକ ମଞ୍ଚ ତଥା ଗଞ୍ଜାମ ପ୍ରେସ କ୍ଳବ ସାଧାରଣ ସମ୍ପାଦକ ବିଦ୍ୟାଧର ସାହୁ, ବିଶିଷ୍ଟ କଳାକାର ହରିହର ବାରିକ, ଅରୁଣ କୁମାର ରାଉଳ, ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ମନୋଜ କୁମାର ପ୍ରଧାନ, ଯୁବ ସ୍ୱେଛାସେବୀ ପପୁ ପଣ୍ଡା, କାର୍ତ୍ତିକ ତରାଇ ପ୍ରମୁଖ ଯୁବ ବ୍ୟକ୍ତିମାନଙ୍କ ସହ ୟୁଥ କ୍ଳବ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.