oom

ଗର୍ଜନରେ ବ୍ଳକସ୍ତରୀୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀ

jsmm
  • ବୈଦ୍ୟମାନଙ୍କ ବହୁବିଧ ସୁବିଧା ପାଇଁ ଯଥା ସାଧ୍ୟ ସହଯୋଗ କରିବି : ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ଗନ୍ଧମାର୍ଦନ ବୈଦ୍ୟ ମହାସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ରେଙ୍ଗାଲଜୁରୀର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ବଲାଙ୍ଗିର ବ୍ଳକ ଗର୍ଜନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ପଶ୍ଚିମ ଲୋକକଳା ପୁନଃ ପରିଷଦ ସଭାପତି ଅମିଲ ପୁଟେଲ, କୋଶଳ ଗନ୍ଧମାର୍ଦନ ବୈଦ୍ୟ ମହାସଂଘ ସଭାପତି ଦେବ ପ୍ରଧାନ, ଶିକ୍ଷା ଓ ଶିଶୁ ବିକାଶ ପରିଷଦ ପଶ୍ଚିମ ଓଡ଼ିଶାର ସଭାପତି ରତ୍ନାକର ସାହୁ, କଲ୍ୟାଣ ସମ୍ପାଦକ ସୁନାରାମ ପୁଟେଲ, ହରିଶଙ୍କର ବନୌଷଧି ସଭାପତି ଥବିର ସାହୁ, ମୁଖ୍ୟ ସଂଯୋଜକ କଲ୍ୟାଣ ମିନକେତନ ପ୍ରଧାନ, ଆଇନଜୀବୀ ଟଙ୍କଧର ଗଡତ୍ୟା, ବିଶିଷ୍ଟ ସମାଜସେବୀ ଜୟସିଂ ପ୍ରଧାନ, ଅବସର ଶିକ୍ଷକ ନିମାଇଁ ଚରଣ ମିଶ୍ର, କାହ୍ନୁ ଚରଣ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବୈଦ୍ୟ ସମ୍ମିଳନୀ କରିବା ଏକ ସ୍ୱାଗତଯୋଗ୍ୟ ଉଦ୍ୟମ ଏବଂ ଆୟୁର୍ବେଦ ଶାସ୍ତ୍ର ପୁରୁଣା ପରମ୍ପରା ଚିକିତ୍ସା ବଂଚିବା ରହିବାର ବ୍ୟବସ୍ଥା କରିବାକୁ ହେଲେ ବୈଦ୍ୟମାନଙ୍କ ବହୁବିଧ ସୁବିଧା ପାଇଁ ଯଥା ସାଧ୍ୟ ସହଯୋଗ କରିବା ସହ ସରକାରୀ ସୁବିଧା ସୁଯୋଗର ବ୍ୟବସ୍ଥା କରିବାକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । କାହ୍ନୁଚରଣ ମିଶ୍ର ସଭା ପରିଚାଳନା କରିଥିବା ବେଳେ ମିନକେତନ ପ୍ରଧାନ ବୈଦ୍ୟ ସମ୍ମିଳନୀର ଲକ୍ଷ ଉଦେଶ୍ୟ ୧୨ ଦଫା ପାଠ କରି ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶାର ଲୋକକଳା ପୁନଃ ଉଦ୍ଧାର ପରିଷଦର ସଭାପତି ଅମୂଲ୍ୟ ପୁଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବୈଦ୍ୟମାନଙ୍କ ଧ୍ୱନ୍ୱନ୍ତରୀ କଳା ଥିବାରୁ ଆଜି ବୈଦ୍ୟ ସମ୍ମିଳନୀରେ ଯୋଗଦାନ କରିବାର ସୁଯୋଗ ପାଇଥିବାରୁ ଓ ନୂତନ ବୈଦ୍ୟ ଯୋଗଦେଇ ଥିବାରୁ ସାଧୁବାଦ ଜଣାଇଥିଲେ । ଥବିର ଚରଣ ସାହୁ ଚରଖବାଣୀ ଶ୍ଳୋକ ମାଧ୍ୟମରେ ବୁଝାଇଥିବା ବେଳେ ଗ୍ରାମସ୍ତରରେ ବୈଦ୍ୟ ପାଠଶାଳା ମାଧ୍ୟମରେ ବୈଦ୍ୟମାନଙ୍କୁ ଆୟୁର୍ବେଦ ଶାସ୍ତ୍ର ଓ ପାରମ୍ପରିକ ଚେରି ମୂଳି ଚିକିତ୍ସା ଉପରେ ଅଭିଜ୍ଞ ଥିବା ବୈଦ୍ୟ ଗୁରୁଙ୍କ ଦ୍ଵାରା ଶିକ୍ଷା ପ୍ରଦାନ କରାଗଲା ଆହୁରି ବୈଦ୍ୟମାନଙ୍କର ପାରମ୍ପରିକ ଚିକିତ୍ସା ଉପରେ ପାରଦର୍ଶିତା ହାସଲ କରିପାରିବେ ବୋଲି ରତ୍ନାକର ସାହୁ ମତପ୍ରକାଶ କରିଥିଲେ । ସରକାରୀ ସୁବିଧା ସୁଯୋଗ ନେବା ହେଲେ ବୈଦ୍ୟମାନଙ୍କୁ ସରକାରୀ ନିୟମ ମାନିବାକୁ ପଡ଼ିବ ବୋଲି ସଂଘ ସଂପାଦକ ଦେବ ପ୍ରଧାନ ମତ ପ୍ରକାଶ କରିଥିଲେ । ପ୍ରତିମାସରେ ଥରେ ଚିକିତ୍ସା ଓ ପରାମର୍ଶ କେନ୍ଦ୍ର ଖୋଲିବା ସହ ଆଗାମୀ ଦିନରେ ଗର୍ଜନଠାରେ ଏକ ଆରୋଗ୍ୟ ସେବା କେନ୍ଦ୍ର ଖୋଲିବା ସହ ଜିଲ୍ଲାର ପ୍ରତି ବ୍ଳକରେ ବ୍ଳକସ୍ତରୀୟ ବୈଦ୍ୟ ସମ୍ମିଳନୀ ଓ ତାଲିମ ଶିବିର କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯିବ ବୋଲି କଲ୍ୟାଣ ସଂପାଦକ ସୁନାରାମ ପୁଟେଲ କହିଥିଲେ । ବୈଦ୍ୟମାନଙ୍କ ବହୁବିଧ ସୁବିଧା ପାଇଁ ବୈଦ୍ୟମାନଙ୍କ ନାମ ପଞ୍ଜିକରଣ ସ୍ଵୀକୃତି ଓ ଭତ୍ତା ପାଇଁ ବୈଦ୍ୟ ଲୋଚନ ଧରୁଆ ଦାୟିତ୍ଵ ନେଇଥିବା ବେଳେ ବଲାଙ୍ଗିର, ଲୋଇସିଂହା, ଆଗଳପୁର, ପୁଇଁନ୍ତଲା, ପାଟଣାଗଡ଼, ଖପ୍ରାଖୋଲ, ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା ଆଦି ବ୍ଳକରୁ ଶତାଧିକ ବୈଦ୍ୟ ଯୋଗଦେଇ ଥିଲେ । ବୈଦ୍ୟ ଗୁରୁ ଦିର୍ଯ୍ୟ ବେହେରା, ନିଲାମ୍ବର ବିଶ୍ଵାଳ, ଧରମ ତାଣ୍ଡି, ପ୍ରହଲ୍ଲାଦ ରଣା, କାର୍ତ୍ତିକ ନାଏକ, ନୀଳମଣି ପୁଟେଲ, ଜୟସିଂବଢିଆ, ଚମୁରୁ ତାଣ୍ଡି, ପୁରନ୍ଦର ପୁଟେଲ, ଟିକେଶ୍ଵର ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ନିମାଇଁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.