
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୧୯ ମସିହା ଫେବୃଆରୀ ମାସ ୧୪ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ହୋଇଥିବା ୪୦ ଜଣ ସିଆର୍ପିଏଫ୍ ଯବାନ ମାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା ଵଳିଦାନକୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ସମେତ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟାମାନେ ଏକତ୍ରିତ ହୋଇଥିଲେ । ସେଠାରେ ପୁଲୱାମା ସହିଦ ଯବାନଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ସମଗ୍ର ସହର ପରିକ୍ରମା କରି ଏକ ଶୋଭାଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପଖଣ୍ଡ ପୋଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହିତ ଜିଲ୍ଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଟିମ ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ବେହେରା ପୁଲବାଣୀ ଆଦର୍ଶ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତି ଥିଲେ । ଶିବିରରେ ରକ୍ତ ସଂଗ୍ରହ କାର୍ୟ୍ୟ ରକ୍ତ ଭଣ୍ତାର କର୍ମଚାରୀ ଶରତ ଚନ୍ଦ୍ର ଭଟ, ଦିନ କୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ଲଷ୍ମୀଧର ମଣ୍ଡଳ, ତୁଷାର କାନ୍ତ ପ୍ରଧାନ, ବରୁଣ ବେହେରା ଓ ସଂଯୁକ୍ତା ଦଳଛତ୍ର ପ୍ରମୁଖ ସମ୍ପାଦନ କରିଥିଲେ । ଏହି ଶିବିରରେ ମୋଟ ୧୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ ୧୦୮ ଆମ୍ବୁଲାନ୍ସର ଜିଲ୍ଲା ପରିଚାଳକ ସୁନୀଲ କୁମାର ମିଶ୍ର ଓ କର୍ମଚାରୀ, ଫୁଲବାଣୀ ଆଇଟିଆଇର ଛାତ୍ର, କନ୍ଧମାଳ କନେଷ୍ଟବଳ ଓ ହାବିଲଦାର ସଂଘର ସୁନୀଲ କୁମାର ପରିଡା ଏବଂ କର୍ମଚାରୀ ତଥା ଫୁଲବାଣୀର ସମସ୍ତ ଗଣମାଧ୍ୟମର ପ୍ରତିନିଧି ଓ ସ୍ଵେଛାସେବୀ ସୁକାନ୍ତ ବେହେରା, ଉମେଶ ପ୍ରସାଦ ପାତ୍ର, ମନୋଜ କୁମାର ଚୌଧୁରୀ ଏବଂ ଟିମ ହ୍ୟୁମାନିଟି କନ୍ଧମାଳର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କାର୍ୟ୍ୟରେ ସହଯୋଗ କରିଥିଲେ ।