oom

ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ଏନ୍‌ଭାୟରମେଂଟ କନ୍‌ଜର୍‌ଭେସନ୍‌ ବୋର୍ଡ ସହଯୋଗରେ ରାୟପୁର(ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ୱଚ୍‌’ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଅଛି । ‘ବିଶ୍ୱ ପରିବେଶ ଦିବସ-୨୦୨୨’ ପାଳନ ଅବସରରେ ଆୟୋଜିତ ଏ ପ୍ରତିଯୋଗିତାଟି ୟୁ.ଏନ୍‌.ଇ. ପି.ର ଚଳିତ ବର୍ଷର ବିଷୟବସ୍ତୁ ‘ଅନ୍‌ଲି ୱାନ୍‌ ଆର୍‌ଥ’ ଉପରେ ଆଧାରିତ ଥିଲା । ସଂପ୍ରତି ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ଟିରେ ମାନବକୃତ କର୍ମ ଦ୍ୱାରା ଜର୍ଜରିତ ବିଶ୍ୱ ପରିବେଶର ସୁରକ୍ଷା ସଂପର୍କରେ ଏକ ବଳିଷ୍ଠ ଆହ୍ୱାନ ପ୍ରଦାନ କରାଯାଇଅଛି । ଏକ ଭବ୍ୟ ଉତ୍ସବ ଆନୁକୁଲ୍ୟରେ ରାୟପୁର ଠାରେ ପ୍ରତିଯୋଗିତା ସଂପର୍କିତ ଏକ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଅଛି । ପ୍ରକାଶଯୋଗ୍ୟଯେ ନିକଟ ଅତୀତରେ ‘ବିଶ୍ୱ କାର୍ଟୁନିଷ୍ଟ ଦିବସ’ ପାଳନ ଅବସରରେ ଆୟୋଜିତ ଅନ୍ୟ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା । ଆହୁରି ମଧ୍ୟ ସୂଚନା ଦିଆଯାଇପାରେ ଯେ ଡୋଗ୍ରୀ ସଂସ୍ଥା ଆନୁକୁଲ୍ୟରେ ଜାମୁ ଠାରେ ପ୍ରଖ୍ୟାତ ସନ୍ତୁର ବାଦକ ପ୍ର. ଶିବ କୁମାର ଶର୍ମାଙ୍କ ସ୍ମୃତିରେ ଏବଂ କୋଚି ଠାରେ କାର୍ଟୁନ୍‌ କ୍ଲବ୍‌, କେରଳ ଦ୍ୱାରା ଆୟୋଜିତ କାର୍ଟୁନ୍‌ ମେନ୍‌ ବାଦୁସା ମେମୋରିଏଲ୍‌ ଇଂଟରନେସେନାଲ୍‌ କେରିକେଚର୍‌ ଏକ୍‌ଜିବିସନ୍‌ରେ ଏମାନଙ୍କ କୃତି ସ୍ଥାନ ପାଇଥିଲା । ସୂଚନା ଯୋଗ୍ୟ ଯେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ । ପୂର୍ବରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି । ନେଟ୍‌ ଅଏଲ୍‌ କାର୍ଟୁନ୍‌ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍‌ ଅଫ୍‌ ଗ୍ରାଫିକ୍‌ ହ୍ୟୁମର- ପେରୁ , ଏଫ୍‌.ସି.ଡବ୍ଲୁ.–ଚୀନ୍‌ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଭିଲାଇ ଷ୍ଟିଲ ପ୍ଲାଂଟ, ହିନ୍ଦୁସ୍ଥାନ୍‌ ଟାଇମ୍ସ, କାର୍ଟୁନ୍‌ ଓା୍ୱଚ୍‌ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତା ଏ ମଧ୍ୟରେ ଅନ୍ତର୍ଭୁକ୍ତ ।

jittmm
Leave A Reply

Your email address will not be published.