om academy

ବରଗାଁ ପଞ୍ଚାୟତରେ ହିତାଧିକାରୀ ଅସନ୍ତୋଷ : ରନ୍ଧା ବସାଇ ଦିନସାରା ରହିଲେ, ଚାଉଳ ନପାଇ ଫେରିଗଲେ

jsm

ବୌଦ୍ଧ, (ବଂଶୀଧର ମାଝୀ) : ପିଡିଏସ୍‌ ଚାଉଳ ନେବା ପାଇଁ ପଞ୍ଚାୟତକୁ ଆସିଥିଲେ ହିତାଧିକାରୀ । ପୂର୍ବାହ୍ନ ପର୍ଯ୍ୟନ୍ତ ଚାଉଳ ପାଇ ପାରିଲେନି । ବୁଝିବାରୁ ସରଭର ଡାଉନ ସମସ୍ୟା ଦେଖା ଦେଇଥିବା ଜାଣିବାକୁ ପାଇଥିଲେ । ଫଳରେ ରୋଷେଇ ବାସ କରି ସକାଳୁ ସନ୍ଧ୍ୟା ଯାଏ ଅପେକ୍ଷା ବି କଲେ । ଶେଷରେ ନିରାଶ ହୋଇ ଖାଲି ହାତରେ ଘରକୁ ଫେରିଲେ । ଏହି ଘଟଣାଟି ହେଉଛି କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର । ସୂଚନାପ୍ରକାରେ ସୂଚନା ପାଇ ପିଡିଏସ୍‌ ଚାଉଳ ନେବାକୁ ବୁଡାଖୋଲ ମାତାକୁପା ଅଞ୍ଚଳର ହିତାଧିକାରୀମାନେ ଦୀର୍ଘ ୧୦ କିମି ଦୂର ବରଗାଁ ପଞ୍ଚାୟତକୁ ଆସିଥିଲେ । ବୌଦ୍ଧ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ଚାଉଳ ବିତରଣ ହୋଇନଥିଲା । ହିତାଧିକାରୀମାନେ ରନ୍ଧାବସାଇ ଅପେକ୍ଷା କରିରହିଲେ । କିନ୍ତୁ ଅପରାହ୍ନ ସମୟରେ ସରଭର ଡାଉନ ଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମେସିନ୍‌ କାମ କଲାନି । ଫଳରେ ଚାଉଳ ନପାଇ ଶେଷରେ ନିରାଶ ହୋଇ ଫେରିଗଲେ ହିତାଧିକାରୀ । ଦୂର ଦୂରାନ୍ତରରୁ କାମଧନ୍ଧା ଛାଡି ଆସିଥିବାରୁ ଦୁଃଖିତ ହେବା ସହ ନିଜ ଗ୍ରାମକୁ ଚାଉଳ ନେଇ ଦେବାକୁ ଦାବୀ କରିଥିଲେ । ଇଣ୍ଟରନେଟ୍‌ ସମସ୍ୟା ରହିଲେ ଅଫଲାଇନ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା କରିବାକୁ ସଚେତକ ମହଳରେ ଦାବୀ ହେଉଛି । ଏ ବିଷୟରେ ଯୋଗାଣ ସହାୟକ ରାଜମୋହନ ରଣାଙ୍କୁ ଯୋଗାଯୋଗ କରିବାରୁ ଯେହେତୁ ଅନଲାଇନ ମାଧ୍ୟମରେ ଚାଉଳ ବଣ୍ଟନ କରିବାର ନିର୍ଦ୍ଦେଶ ରହିଛି ଏଣୁ ସବଭର ସମସ୍ୟା ଯୋଗୁଁ ଚାଉଳ ବଣ୍ଟନ ହୋଇ ପାରିଲାନି ବୋଲି କହିଥିଲେ । ଉକ୍ତ ବିଷୟରେ କଣ୍ଟାମାଳ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା । ପ୍ରକାଶ ଯେ ଘଣ୍ଟାପଡା ଅଞ୍ଚଳରେ ଗତ ୩-୪ଦିନ ହେବ ଜିଓ ଇଣ୍ଟରନେଟ୍‌ ସେବା ସମସ୍ୟା ଦେଖା ଦେଇଛି ସକାଳ ୭.୩୦ପରେ ଆଉ ଠିକ୍‌ରେ କାମ କରୁନି । ଫଳରେ ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ଜରୁରୀ ସେବା ଗୁଡିକ ବାଧାପ୍ରାପ୍ତ ହେଉଛି ।

Leave A Reply

Your email address will not be published.