କେରଳ : ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ତେବେ ତାକୁ ଦୃଷ୍ଟିରେ ରଖି ଦେଶରେ କେତକ ରାଜ୍ୟରେ ଲକ ଡାଉନ, ସଟ୍ ଡାଉନ ଏବଂ ରାତ୍ରିକାଳୀନ କର୍ପ୍ୟୁ ଜାରି ହୋଇଥିବା ବେଳେ ଆସନ୍ତା ୮ରୁ ୧୬ ଯାଏଁ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାରରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀକୁ ଦୂର କରିବା ପାଇଁ ମେ ୮ରୁ ପ୍ରତିବନ୍ଧକ ଲାଗୁ କରାଯିବ । ଯାହାକି ମେ ୧୬ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନାକୁ ଦୂର କରିବା ପାଇଁ ରାଜ୍ୟରେ ଯାତ୍ରା ତଥା ଅନାବଶ୍ୟକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ସ୍ଥିତିରେ ସୁଧାର ନ ହେବାରୁ ଲକାଡାଉନ କରିବାକୁ ଘୋଷଣା ହୋଇଛି । ତେବେ ଏହି ତାଲାବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ଆଉ ସବୁ ବନ୍ଦ ରହିବ ।