ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଯୋଗାଇଲେ ମାଣ୍ଡେଲ ସରପଞ୍ଚ

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ଏକ ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଯୋଗାଇ ଦେଇଛନ୍ତି ସରପଞ୍ଚ ମନୋରମା ବାରିକ । ମାଣ୍ଡେଲ ଗାଁର ପୁରୁନ୍ଦର କରୁଆଁ (୫୫) ଗତ ଅପ୍ରେଲ ୨୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ମୃତ୍ୟୁ ଦିନ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏହାପରେ ଆଜି ସମାଜସେବୀ ଦିଲୀପ ନାଏକଙ୍କ ଉପସ୍ଥିତିରେ ମାଣ୍ଡେଲ ସରପଞ୍ଚ ମନୋରମା ବାରିକ ମୃତ ପୁରୁନ୍ଦରଙ୍କ ବୋହୁଙ୍କୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ପ୍ରଦାନ କରିବାସହ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.