ଅପରାଧୀ ସୌମ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ଦିନ ତଳେ ବଲାଙ୍ଗିର ସହର ମାଲପଡା ଠାରେ ଅନେକ ଅପରାଧରେ ଜଡ଼ିତ ସୌମ୍ୟରଂଜନ ଦାଶଙ୍କୁ ଆକ୍ରମଣ ଘଟଣାରେ ଆଜି ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଫାରୁକ୍ ଖାନ, ଅମିତାଭ ନାଗ ଓ ଦେବେନ୍ଦ୍ର ନାଗ । ସେମାନଙ୍କ ଠାରୁ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଏନେଇ ବଲାଙ୍ଗିର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସୌମ୍ୟ ଦାସଙ୍କ ସହିତ ଏମାନଙ୍କର ପୂର୍ବ ଶତ୍ରୁତା ରହିଥିଲା । ଘଟଣା ଦିନ ଏମାନେ ସଂଘବଦ୍ଧ ଭାବରେ ସୌମ୍ୟଙ୍କୁ ଆକ୍ରମଣ କରିଥିଲେ । ଏନେଇ ସୌମ୍ୟଙ୍କ ମା’ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଏସ୍‌ଡିପିଓ‌ ଶ୍ରୀ ସାହୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା କହିଥିବା ବେଳେ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.