ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଓ ତାଙ୍କ ପୁଅଙ୍କ ବିରୁଦ୍ଧରେ ମହିଳାଙ୍କ ଅପବ୍ୟବହାର ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ସଙ୍କିର୍ତ୍ତନ୍ୟ ବାଗଙ୍କ ବିରୁଦ୍ଧରେ ଦେଓଗାଁ ଥାନାରେ ରାମଚନ୍ଦ୍ରପୁର ଗାଁର ଜନୈକ ମହିଳା ଅପବ୍ୟବହାର ଅଭିଯୋଗ କରିଥିବା ଜଣାପଡ଼ିଛି । ମହିଳା ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ, ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗାଁର ସଂକିର୍ତ୍ତନ୍ୟ ବାଗ(ଦେଓଗାଁ ବିଇଓ) ଓ ତାଙ୍କ ପୁଅ ବିଜୟ ଚନ୍ଦ୍ର ବାଗ ତାଙ୍କ ଘର ସମ୍ମୁଖକୁ ଆସି ଅତି ଅଭଦ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପୁଅ ମନୋଜ ପ‌ଟେଲକୁ ମାରିଦେବୁ ବୋଲି ରାସ୍ତା ଉପରେ ଜୋରରେ ପାଟି କରି କହିଥିଲେ । ପାଟି ଶୁଣି ଘରୁ ବାହାରି ଝଗଡ଼ା କରିବା କାରଣ ବିଷୟରେ ପଚାରିବା ପରେ ବିଜୟ ବାଗ ଘରୁ ଟାଣି ଆଣିଲା ଓ ଶାଢ଼ିକୁ ଖୋଲିଦେଲା । ତୋର ପୁଅକୁ ରାସ୍ତାରେ ମାରିଦେବୁ ବୋଲି ଧମକ ଦେଇଥିଲେ । ପାଟି ଶୁଣି ପୁଅ ମନୋଜ ଆସିବା ପରେ ଉଭୟ ପଲାଇଯାଇଥିଲେ ।

ଏ ସଂକ୍ରାନ୍ତରେ ଶ୍ରୀ ବାଗଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଗତ ୬ତାରିଖ ଦିନ ପ୍ରାୟ ୧୧ଟା ସମୟରେ ରାମଚନ୍ଦ୍ରପୁର ପିଡବ୍ୟୁଡ଼ି ରାସ୍ତାରୁ ଟାଙ୍ଗରୁପଦର ଗାଁକୁ ଯିବା ରାସ୍ତାରେ ରାମଚନ୍ଦ୍ରପୁର ଗାଁର ମନୋଜ କଂକ୍ରିଟ ରାସ୍ତା କାମରେ ଥିଲେ । ଏହି ରାସ୍ତା କିଏ କରୁଛି ବୋଲି ପଚାରିବା ସହ ଯେତେ ପରିମାଣରେ କରିବା କଥା କରାଯାଉ ନାହିଁ ଓ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ନଥାଇ କାମ କାହିଁକି କରାଯାଉଛି ବୋଲି କହିଥିଲେ । କିଛି ସମୟ ମୁହାଁ ମୁହିଁ ହେବା ପରେ ମନୋଜ ଓ ସଂକିତ୍ତନ୍ୟ ବାଗଙ୍କ ମଧ୍ୟରେ ମାଡ଼ ଆରମ୍ଭ ହୋଇଥିଲା । ଏହି ବିଷୟରେ ମଙ୍ଗଳବାର ଦିନ ଅଭିଯୋଗ କରିଥିବା ଶ୍ରୀ ବାଗ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାମଚନ୍ଦ୍ରପୁର ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ବାଗଙ୍କ ସ୍ତ୍ରୀ । ୨୦୧୯ରେ ହୋଇଥିବା ବନ୍ୟା କ୍ଷୟ କ୍ଷତି ମରାମତି ଅନୁଦାନରୁ ଏହି ରାସ୍ତା କାମ କରାଯାଉଥିଲା । ଠିକା କାମକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ପୂର୍ବରୁ ଗାଁ ମୁଣ୍ଡରେ ଥିବା ଏକ ଗୋ‌ଷ୍ଠୀ କେନ୍ଦ୍ରକୁ ନେଇ ମନୋଜ ଓ ସଂକିର୍ତ୍ତନ୍ୟ ବାଗଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଜଣେ ବ୍ଳକ ଶିକ୍ଷା ଅଧିକାରୀ ଠିକା କାମକୁ ନେଇ ମାଡ଼ ହେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଦେଓଗାଁ ଅଞ୍ଚଳରେ ଆଲୋଚନା ହେଉଛି । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପଦକ୍ଷେପ ନେଇ ନ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.