ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜନଜାତୀୟ ଗୌରବ ଦିବସ ତଥା ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ଭାରତ ସରକାର ଆରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମିନି ଷ୍ଟାଡିୟମ୍ ପରିସରରେ ସ୍ୱାଧୀନତା ସଂଗ୍ରାମ ସହିଦ୍ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି, ଇସ୍ପାତ, ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଜନଜାତି ସମ୍ପ୍ରଦାୟର ବୁଦ୍ଧିଜୀବୀଙ୍କୁ ଉତ୍ସାହିତ କରିଥିଲେ । କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍-ସାମନ୍ତରାୟ, ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଜିଲ୍ଲାର ବହୁ ପଦାଧିକାରୀ ଯୋଗଦେଇ ଜନଜାତି ବର୍ଗର ମହିଳା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟ ଉଜ୍ଜ୍ୱଳ ଦିଗରେ ଅନେକ ଦିଗଦର୍ଶନ ଦେଇଥିଲେ ।
Prev Post
Next Post