centurian jitm

ମୁରିବାହାଲର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକର ବିଭିନ୍ନ ସ୍ଥାନରେ ସୋମବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ବିଭିନ୍ନ ରୀତିନୀତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡ଼ିଘାଟ ବିଦ୍ୟୁତ ବିଭାଗର ଗ୍ରୀଡ଼ ସବଷ୍ଟେସନରେ ବିଶ୍ଵକର୍ମା ପୂଜା କନିଷ୍ଠ ଯନ୍ତ୍ରୀ ମହମ୍ମଦ ଜୁନୈଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି । ମୁରିବାହାଲ ଗ୍ରୀଡରେ କର୍ତ୍ତା ରୂପେ ଚିନ୍ମୟ କୁମାର ସାହୁ ଓ ପୂଜକ ରୂପେ କୃଷ୍ଣଚନ୍ଦ୍ର ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଗୁଡିଘାଟ ଗ୍ରୀଡରେ କର୍ତ୍ତା ରୂପେ ଅଜିତ କୁମାର ତରିଆ ଓ ତାଙ୍କ ଧର୍ମପତ୍ନୀ ପ୍ରାଣେଶ୍ୱରୀ ତରିଆ ତଥା ପୂଜକ ରୂପେ ପ୍ରଦ୍ୟୁମ୍ନ ଖମାରୀ ଦାୟିତ୍ଵ ନିର୍ବାହ କରିଥିଲେ । ମୁରିବାହାଲ ପୂଜାରେ ଦୁଲଦୁଲି ବାଦ୍ୟ ସହ ସ୍ଥାନୀୟ ଟୁନଟୁନିମୁଣ୍ଡାରୁ କଳସ ଯାତ୍ରା ଅନୁଷ୍ଠିତ ହୋଇ ଗ୍ରୀଡ଼ରେ ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଠିକ୍ ସମୟରେ ପଇଠ କରୁଥିବା ଉପଭୋକ୍ତାମାନଙ୍କୁ ଚୟନ କରାଯାଇ ତିନିଜଣଙ୍କୁ ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା । ପ୍ରଥମ ପୁରସ୍କାର ସ୍ୱରୂପ ସାନଝରବାହାଲି ଗ୍ରାମର ବିଳାସିନୀ ହଂସଙ୍କୁ ଏକ ମୋବାଇଲ, ଦ୍ଵିତୀୟ ପୁରସ୍କାର ଭୂତିଷଢା ଗ୍ରାମର ଲୋଚନ ବେହେରାଙ୍କୁ ଏକ ମ୍ୟୁଜିକ ସିଷ୍ଟମ ଓ ତୃତୀୟ ପୁରସ୍କାର କୁର୍ଲୁବାହାଲ ଗ୍ରାମର ମଦନ ବେହେରାଙ୍କୁ ସୋଲାର ଲେମ୍ପ ପ୍ରଦାନ କରଯାଇ ବିଦ୍ୟୁତ ବିଲ ଠିକ୍ ସମୟରେ ପଇଠ ପାଇଁ ଉତ୍ସାହିତ କରାଯାଇଥିଲା । ଏହି ପୂଜାରେ ବିଦ୍ୟୁତ୍ ବିଭାଗର ତପନ ପ୍ରଧାନ, ବିକ୍ରମ ଡାକୁଆ, ରୋହିତ ବେହେରା, ପ୍ରଦୀପ ବାରିକ, ରାଜୀବ ଜେନା, ଲବ ସାହୁ, ସୁରେନ୍ଦ୍ର ଆଚାରୀ, ବୁଲା କର୍ମୀ, ରବି ମହାକୁର, ରୋହିତ ମାଝୀ, ରାଧେ ଠେଲା, ନିରଞ୍ଜନ ସାହୁଙ୍କ ସହ ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସ୍ଥାନୀୟ ଟୁନଟୁନିମୁଣ୍ଡା ଛକରେ ଥିବା ନୂତନ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତାରୂପେ ଦୁଷ୍ମନ୍ତ ପଧାନ ଓ ପୂଜକ ରୂପେ ପ୍ରଣବ କୁମାର ଦାସ ଦାୟିତ୍ୱ ତୁଳାଇଥିଲେ । ଆୟୋଜକ କମିଟି ସଭାପତି ବାସୁଦେବ ଭୋଇ, ଉପସଭାପତି ରଘୁ ହାତୀ, ସମ୍ପାଦକ ଦିବାକର ବାଗ, ସହ ସମ୍ପାଦକ ପ୍ରମୋଦ ଦାସ, କୋଷାଧ୍ୟକ୍ଷ ନିଳାଞ୍ଚଳ ରଣାଙ୍କ ସହ ବ୍ଲକ ଡ୍ରାଇଭର ସଂଘ ସଭାପତି ଭିକି ମହାରଣା, ସୁରେଶ ମାହାକୁର, କନକ ସାହୁ, ନେତ୍ରାନନ୍ଦ ମାଝୀ, ଦେବେନ୍ଦ୍ର ହାତୀ, ବିକ୍ରମ କର୍ମୀ, ସୁରେଶ ଖାଡିଆ, ଦିନେଶ ସେଠ ଓ ଧର୍ମେନ୍ଦ୍ର ପଧାନଙ୍କ ସହ ବ୍ଳକ ଅଞ୍ଚଳର ଶତାଧିକ ଡ୍ରାଇଭର ସହଯୋଗ କରୁଛନ୍ତି । ସେହିପରି ମୁରିବାହାଲ ବ୍ଲକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଶ୍ୱକର୍ମା ପୂଜାରେ କର୍ତ୍ତା ରୂପେ ସହକାରୀ ଯନ୍ତ୍ରୀ ସରୋଜ କୁମାର ସେଠ ଓ ପୂଜକ ରୂପେ ଯଶୋବନ୍ତ ପାଣିଗ୍ରାହୀ ଦାୟିତ୍ୱରେ ଥିବା ବେଳେ ବିଭାଗୀୟ କର୍ମଚାରୀ ଗୋକୁଳ ରାଉତ, ମହିମା ପୋଢ଼ଙ୍କ ସହ ସମସ୍ତ ଏସ୍‌ଇଏମ୍‌ ସହଯୋଗ କରିଥିଲେ । ସେହିପରି ବ୍ଳକ ଅଞ୍ଚଳର ବିଭିନ୍ନ ଯନ୍ତ୍ରପାତି, ଗାଡିମୋଟର ଦୋକାନ ଓ ମିସ୍ତ୍ରୀମାନଙ୍କ ପକ୍ଷରୁ ମଧ୍ୟ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ନିଜ ନିଜର ଦୁଇ ଓ ଚାରିଚକିଆ ଯାନବାହନକୁ ବିଶ୍ୱକର୍ମା ପୁଜା ମଣ୍ଡପ ଗୁଡ଼ିକୁ ନେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିମାନଙ୍କ ଠାରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.