ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜୁଲାଇ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସମନ୍ଵିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୁରେନା ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ସାହୁ ଯୋଗଦେଇ ବର୍ଷାଋତୁରେ ମଶା ଓ ମାଛି ମାନଙ୍କ ତ୍ୱରା ବ୍ୟାପୁଥିବା ମାରାତ୍ମକ ମେଲେରିଆ, ଡେଙ୍ଗୁ ଓ ହଇଜା ରୋଗ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝେଇଥିଲେ । ବିଜ୍ଞାନ ଶିକ୍ଷକ ପ୍ରମୋଦ ନାଥ ନିଜ ଘର ତଥା ନିଜ ଗାଁ ପରିବେଶକୁ ନିର୍ମଳ ରଖି ଏହି ସବୁ ରୋଗକୁ କିପରି ଦୂରେଇ ରଖାଯାଇ ପାରିବ ତାହା ସମ୍ପର୍କରେ ବୁଝେଇଥିଲେ । ଏହି ଅବସରରେ ଛଅଟି ପର୍ଯ୍ୟାୟରେ କିପରି ହାତଧୁଆ ହୁଏ ତାହା ଛାତ୍ରଛାତ୍ରୀ ମାନେ ଅଭ୍ୟାସ କରିଥିଲେ । ପରିଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.