ଟାଲରେ ମୋ’ ବିଦ୍ୟାଳୟ ଅଭିଯାନ ତଥା ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଟାଲ୍ ଗ୍ରାମରେ ମୋ’ ବିଦ୍ୟାଳୟ ଓ ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବଢେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍ସବକୁ ଆରମ୍ଭ କରିଥିଲେ। ଅନ୍ୟ ଅତିଥି ଭାବରେ ପଦ୍ମପୁର ଉପ-ଜିଲ୍ଲାପାଳ ତନ୍ମୟ କୁମାର ଦରୱ।ନ, ରାଜବୋଡାସମ୍ବର ବ୍ଲକ୍ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ, ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ମହାନ୍ତି, ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କାଶ୍ୟପ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କ ମୋ’ ସ୍କୁଲ ଅଭିଯାନକୁ ଏକ ଦକ୍ଷ ପଦକ୍ଷେପ ସହିତ ଗ୍ରାମର ସମସ୍ତ ସଦସ୍ୟଙ୍କ ଯୋଗଦାନ ବିଦ୍ୟାଳୟକୁ ବିକାଶ ପଥରେ ଆଗେଇ ନେବ ବୋଲି ନିଜ ଅଭିଭାଷଣରେ କହିଥିଲେ ।

ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ଶିକ୍ଷକ ତଥା ଗ୍ରାମବାସୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବଢେଇ ପୁରାତନ ଶିକ୍ଷକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ନିଜେ ୫ ଲକ୍ଷ, ଚାଷୀ ନିରଞ୍ଜନ ସାହୁ ୧୦ ହଜାର, ରମେଶ ବଢେଇ ୨୧ ହଜାର, ବ୍ଲକ୍ ଶିକ୍ଷା ଅଧିକାରୀ ରାମଲାଲ୍ ବରିହା ୨୫ ହଜାର, ରଞ୍ଜନ ପଣ୍ଡା ୧୦ ହଜାର, ରଣଜିତ ଭୋଇ ୧୧ ହଜାର, କିଶୋର ପଧାନ ୧୦ ହଜାର, ଶିକ୍ଷକ ଚନ୍ଦ୍ରମଣି ସାହୁ ୧୧ ହଜାର, ପୁରାତନ ଛାତ୍ର ରୋଶନ ପାଣିଗ୍ରାହୀ ୫ ହଜାର, ପୁଚୁ ବାରିକ ୫ ହଜାର, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ହୋତା ୫ ହଜାର, ଏ.ବି.ଓ ଜୟ କୁମାର ସାହୁ ୧୦ ହଜାର, ରଣଜିତ ଭୋଇ ବି.ଇ.ଓ. ଝାରବନ୍ଧ ୧୧ ହଜାର ଟଙ୍କା ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସନାତନ କୁଅଁର ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

Leave A Reply

Your email address will not be published.