pakka

ପଚା ଅଣ୍ଡା ବଣ୍ଟନ ଅଭିଯୋଗ : ଭୁକ୍ସିମାଲ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ତେଜନା

bbehera

ସଇଁତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତ ଭୁସ୍କିମାଲ ଗ୍ରାମରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ପଚା ଅଣ୍ଡା ସହିତ ପୋକରା ଚାଉଳ ବଣ୍ଟନ ହୋଇଥିବା ଗ୍ରାମର ଧନମତି ସାହୁ, ରଜନି ଭୋଇ, ଉର୍ବଶୀ ସାହୁ, ଦମୟନ୍ତି ସାହୁ, ରିତା ସାହୁ, ଚନ୍ଦ୍ରକାନ୍ତି ସାହୁ, ରୋଜି ସାହୁ, ତୁଳସା ସାହୁ ସମେତ ଅନେକ ମହିଳା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପରିଚାଳିତ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗେଇ ଦେବାର ବ୍ୟବସ୍ଥା ଅଛି ।

ତେବେ ଆଜି ଗ୍ରାମବାସୀ କହିବା ଅନୁଯାୟୀ ୩ ମାସ ପରେ କେନ୍ଦ୍ର ଟି ଖୋଲିଲା । ଗ୍ରାମବାସୀ ଜାଣିବା ପରେ ଅଣ୍ଡା ଆଣିବା ପାଇଁ ଉକ୍ତ କେନ୍ଦ୍ରକୁ ଯାଇଥିଲେ ହେଁ ସବୁ ଯାକ ଅଣ୍ଡାରେ ଦୃଗନ୍ଦ ବାହାରିବା ସହ ପାଚି ଯାଇଥିଲା । ତେବେ ଉକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରମୋଦିନୀ ପୋଡ଼ଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ, କାହିଁକି ତୁମେ ଉକ୍ତ କେନ୍ଦ୍ରକୁ ନ ଆସି ଅଣ୍ଡା ବଣ୍ଟନ କରି ନଥିଲ ବୋଲି ପଚାରିବାରୁ ମୋ ଦେହ ଭଲ ନ ଥିବା ଉକ୍ତ କର୍ମୀ ଗ୍ରାମବାସୀଙ୍କୁ କହିଥିଲେ । ହେଲେ ଗ୍ରାମବାସୀ ତାଙ୍କ କଥାକୁ ଶୁଣି ନଥିଲେ ।

ଅନ୍ୟପଟେ କିଛି ସମୟ ପର୍ୟ୍ୟନ୍ତ କେନ୍ଦ୍ରରେ ଉତ୍ତେଜନା ମଧ୍ୟ ଦେଖା ଯାଇଥିଲା । ପରେ ଉକ୍ତକର୍ମୀ କେନ୍ଦ୍ରରୁ ଫେରାର ମାରି ଥିଲେ । ଅନେକ ଥର ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣ ନ ଥିବା ଗ୍ରାମ ଲୋକେ କହିଛନ୍ତି । ମନଇଚ୍ଛା କେନ୍ଦ୍ର ଖୋଲିବା ସହ କାଁ ଭାଁ ଅଫିସକୁ ଆସୁଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଅଙ୍ଗନବାଡି କର୍ମୀ ପ୍ରମୋଦିନୀ ପୋଡ଼ଙ୍କୁ ପଚାରିବାରୁ ମୁଁ ଏକ ମାସ ପର୍ୟ୍ୟନ୍ତ ଉକ୍ତ ସେଣ୍ଟରକୁ ଆସି ନଥିବା ବେଳେ ଅଣ୍ଡାଗୁଡ଼ିକ ପାଚି ଯାଇଛି, ତେବେ ଏହି ଗ୍ରାମବାସୀମାନେ ପ୍ରତ୍ୟେକ ମାସ ନେଉଛନ୍ତି ସାମଗ୍ରୀ । ତଥାପି ମିଥ୍ୟା ଅଭିଯୋଗ କରି ଥାଆନ୍ତି ବୋଲି କହିଛନ୍ତି ।

ଏନେଇ ସଇଁତଲା ସିଡିପିଓ ସବିତା ଦାସଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଛନ୍ତି । ତେବେ ଉକ୍ତ କର୍ମୀଙ୍କ ବିରୋଧରେ ଯଦି ପ୍ରଶାସନ କାର୍ୟ୍ୟନୁଷ୍ଠାନ ନ ନେଇ ଯଦି ଚୁପ ରୁହେ, ତେବେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବୁ ବୋଲି ଗ୍ରାମବାସୀ କହିଛନ୍ତି।

Leave A Reply

Your email address will not be published.

fifteen − 3 =