pakka

ବଲାଙ୍ଗିର ଜିଲ୍ଲାରୁ ଆଜି ୨୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୫

bbehera

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୧୪ ଜଣ ପୁରୁଷ ରହିଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୨୫ ଜଣ ଏବଂ ଗୁଡ଼ଭେଲା ବ୍ଲକର କୁରେଇଭନାରୁ ଜଣେ ଓ ପୁଇଁନ୍ତଲା ବ୍ଲକ୍ର ପାଁକେଲବାହାଲିରୁ ଜଣେ ସଂକ୍ରମିତ ହୋଇଛନ୍ତି । ୪ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ବାକି ୨୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ବଲାଙ୍ଗିର ସହରରେ ଚିମିନିଭାଟିରୁ ୧, ସିଭିଲ କୋର୍ଟ ଅଂଚଳରୁ ୨, ବରପାଲିପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ତାଲପାଲିପଡ଼ାରୁ ୭, ଖଦାଲପଡ଼ାରୁ ୨, ଜେଲ କଲୋନୀରୁ ୧, ସୁଦପଡ଼ାରୁ ୪, ବେହେରାପାଲିରୁ ୫ ଓ ଆରଡ଼ି କଲୋନୀରୁ ୧ ଜଣ କରୋନା ପଜିଟିଭ ବାହାରିଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୭୨୩ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୯୮ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

jay balangir
Leave A Reply

Your email address will not be published.

1 × three =

error: Content is protected !!