ଅଜନା ଗାଡ଼ି ଧକ୍କା ଥି ବୁଆର୍ ମରନ୍ : ମୁରଦାର ପାଖେ ବସି କାନ୍ଦୁଛେ ଝି’

ନୂଆପଡ଼ା, (କେପିଏନ୍ଏସ୍) : ଗୁଟେ ହୁରୁଦ୍ ଫଟା କଥା । ଶୁନଲେ ଦିହିଁ ଶିତେଇ ଯିବା । ଗଲା ରଏବାର ରାତି ଗୁଟେ ଅଜନା ଗାଡ଼ିର ଧକ୍କା ଥି ବୁଆ ମରିଗଲା ଉତରୁ ସକାଲେ ରୋଡ଼ ଥି ବୁଆ ମରି କରି ପଡ଼ିଥିବାର ଦେଖି ଭୋ’ ଛାଡ଼ତେଲ୍ କାନ୍ଦୁଛେ ଝି’ । କୋମନା ବ୍ଲକ ତରବୋଡ଼ ଗାଁର ସମ୍ଭବ ଉଦ୍ୟାନ ପାଖର ଜାତୀୟ ରାଜପଥ୍ ଥି ଘଟିଥିଲା ଇ’ ଘଟନା । କୁହାଯାଇଛେ ଯେ, ମାନିଗୁଡ଼ା ଗାଁର ପ୍ରଦୀପ ମିର୍ଦ୍ଧା ରାତି ଖାଇ ସାରଲା ଉତରୁ ତରବୋଡ଼ କେ ଯାଇଥିଲେ । ଖୋବ୍ ରାଏତ୍ ହେଇଯାଇଥିଲେ ବି ଆର୍ ଘର୍ କେ ନେଇଁ ଫିରିଁ । ରାଏତ୍ ସାରା କୁଟୁମର୍ ଲୋକ ନୁରାଖୁଜା କଲେ, ମାତରକ’ ନେଇଁ ପାଏଲେ । ସୋମବାର ସକାଲୁ ଜାତୀୟ ରାଜପଥ ଥି ବୁଆର ମୁରଦାର ପଡ଼ିଛେ ଜାନିକରି ବଡ଼୍ ଝି’ ସୁଭଦ୍ରା ଘଟନା ଠାନ କେ ପୁହୁଁଚିଥିଲା ଆର୍ ବୁଆର ମୁରଦାର ପାଶେ ବସିକରି ଭୋ’ ଛାଡ଼ତେଲ କାନ୍ଦୁଥାଏ । ପୁଲିସ ଘଟନା ଜାଗା କେ ଆସି କରି ମୁରଦାର କେ ଜବତ କଲା ଆର ବ୍ୟବଚ୍ଛେଦ ଉତରୁ ଘରର୍ ଲୋକକୁଁ ସଁପି ଦେଲା । ଗାଡ଼ି ଧକ୍କା ଥି ପ୍ରଦୀପର ମରନ୍ ହେଇଛେ ବଲି ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ କହିଛନ୍ ।

Leave A Reply

Your email address will not be published.