ତେଜିଲା ପଦ୍ମପୁର ଜିଲ୍ଲା ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପ୍ରସ୍ତାବିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ପଦ୍ମପୁର ଓକିଲ ସଂଘ କନଫେରେନ୍ସ ହଲଠାରେ ଦିନ ୩ଟା ସମୟରେ ପଦ୍ମପୁର ଜିଲ୍ଲା ଆନ୍ଦୋଳନ ବିଷୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଲକ ତଥା ପଦ୍ମପୁରର ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ଜିଲ୍ଲା ଆନ୍ଦୋଳନକୁ ତୀବ୍ର ତଥା ସମସ୍ତ ରାଜ ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ କରିବା ପାଇଁ ପ୍ରସ୍ତାବ ଆସିଲା । ସେଥିପାଇଁ ଆସନ୍ତା ୨୯ ତାରିଖ ଶନିବାର ଦିନ ୩ଟା ସମୟରେ ରାଜାଜୀ ଟାଉନହଲରେ ଏକ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ସଭାକୁ ଓକିଲ ସଂଘର ସଭାପତି ସନ୍ତୋଷ ଶତପଥୀ ଓ ସଂପାଦକ ଚିନ୍ମୟ ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!