ls

ବିଲେଇସର୍ଡାରେ ଅନନ୍ତ ବ୍ରତ ପାଳିତ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଠାରେ ଭାଦ୍ରବ ପୂର୍ଣ୍ଣିମା ଦିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନନ୍ତ ବ୍ରତ ପାଳନ କରାଯାଇଅଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡ୍‌ ଲାଇନକୁ ମାନି ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜକ ଶ୍ୟାମ ସୁନ୍ଦର ପଣ୍ଡା ପୂଜନ ଦାୟିତ୍ୱ ତୁଳାଇ ଥିଲେ । ପ୍ରଥମେ ସକାଳ ୭ଟାରେ ପଞ୍ଚ ଦେବତା ପୂଜା କରାଯାଇ ପରେ ସତ୍ୟନାରାୟଣ ପୂଜା ସଂପନ୍ନ କରାଗଲା । ଭାଗବତ ବହିକୁ ବରିଷ୍ଠ ଗାୟକ ନିଳମାଧବ ଗୁରୁ, ଶରତ ଚନ୍ଦ୍ର ପଣ୍ଡା, ଘାସିରାମ ପାଣିଗ୍ରାହୀ ସହିତ ଆଖପାଖ ଗାଁର ୧୭ଜଣ ଗାୟକ ଗାଇ ଶେଷ କରିଥିଲେ । ପୂର୍ବରୁ କଳସ ପୂଜା, ହୋମପୂଜା ଓ ନବଗ୍ରହ ପୂଜା କରାଯାଇଥିଲା । ପୂଜାର କର୍ତ୍ତା ଭାବେ କିଶୋର ଚନ୍ଦ୍ର ବିଶ୍ୱାଳ ଦାୟିତ୍ୱ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମନ୍ଦିର ନିର୍ମାଣ କମିଟି ତରଫରୁ ଦୁର୍ବାଦଳ ପଣ୍ଡା, ପ୍ରମୋଦ ବିଶ୍ୱାଳ, ଦିନବନ୍ଧୁ ଗଡତ୍ୟା ଓ ଅନ୍ୟମାନେ ଦାୟିତ୍ୱ ନେଇଥିଲେ ।

pc pk
Leave A Reply

Your email address will not be published.