ppurohit

ସମ୍ବଲପୁର ଡିଆରଏମ୍‌ ଅଫିସରେ ଡିଆର୍‌ୟୁସିସି ବୈଠକରେ ବଲାଙ୍ଗିର ରେଳ ଷ୍ଟେସନର ସମସ୍ୟା ନେଇ ଆଲୋଚନା

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ଡିଆରଏମ୍‌ ଅଫିସରେ ଡିଆରୟୁସିସି ବୈଠକରେ ଡିଆର୍‌ୟୁସିସି ସଦସ୍ୟ ବିକ୍ରମାନନ୍ଦ ବହିଦାରଙ୍କ ବଲାଙ୍ଗିର ରେଳ ଷ୍ଟେସନର ସମସ୍ୟା ନେଇ ଆଲୋଚନା ହୋଇଛି । ଷ୍ଟେସନ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଉପରେ ସେଡ୍‌ ନିର୍ମାଣ, ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟେ ପ୍ଲାଟଫର୍ମକୁ ବରିଷ୍ଠ ନାଗରିକମାନେ ତଥା ଶାରିରୀକ ଅକ୍ଷମମାନଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା, ବଲାଙ୍ଗିର ରେଲ ଷ୍ଟେସନରେ ୨୪ ଘଣ୍ଟା ପାଣି ବ୍ୟବସ୍ଥା, ଟିଟିଲାଗଡ ଦେଇ ଯାଉଥିବା ସମତା ଏକ୍ସପ୍ରେସକୁ ୫ ଦିନ ପରିବର୍ତ୍ତେ ୭ ଦିନ କରି ଅଧିକ ଦୁଇ ଦିନ ବଲାଙ୍ଗିର ଦେଇ ଆଲ୍ଲାହାବାଦ ଓ ଦିଲ୍ଲୀକୁ ଚଲାଇବାକୁ ପ୍ରସ୍ତାବ, ବଲାଙ୍ଗିର ଷ୍ଟେସନରୁ ସକାଳୁ ଭୁବନେଶ୍ୱରକୁ ଗୋଟିଏ ଟ୍ରେନ ଅତିଶୀଘ୍ର ଚଳାଇବାକୁ ପ୍ରସ୍ତାବ, ଇସ୍ପାତ ଏକ୍ସପ୍ରେସ ଓ ସମଲେଶ୍ୱର ଏକ୍ସପ୍ରେସ ଅତିଶୀଘ୍ର ଚଳାଇବା, ବଲାଙ୍ଗିର ପ୍ଲାଟଫର୍ମରେ ସଫେଇ କର୍ମଚାରୀ ସମସ୍ୟା ଅତିଶୀଘ୍ର ଦୂର କରିବା ପାଇଁ ପ୍ରସ୍ତାବ ଶ୍ରୀ ବହିଦାର ଦେଇଛନ୍ତି । ଡିଆରଏମ୍‌ ମହୋଦୟ ଚାରିମାସ ଭିତରେ କରିବା ପାଇଁ ପ୍ରତିଶୃତି ଓ ବୁକିଂ କାଉଣ୍ଟରରୁ ଉପର ଛାଉଣି ଅତିଶୀଘ୍ର ପୂରଣ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.