oom

ଜବର ଦଖଲ ଉଚ୍ଛେଦକୁ ନେଇ ପୌରସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୁବନେତା ଅର୍କେଶଙ୍କ ଆଲୋଚନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜବର ଦଖଲ ଉଚ୍ଛେଦକୁ ନେଇ ପୌରସଂସ୍ଥାର ନିର୍ବାହୀ ଯନ୍ତ୍ରୀ ବିପିନ ଦୀପଙ୍କୁ ତାଙ୍କ ଅଫିସରେ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ଓ ବିସ୍ଥାପିତଙ୍କ ଉଚିତ ଥଇଥାନ ଏବଂ ଆଗାମୀ ଦିନରେ ଉଛେଦ ହେବାକୁ ଥିବା ଅଂଚଳର ବାସିନ୍ଦାଙ୍କୁ ପ୍ରଥମେ ଥଇଥାନ କରାଯାଉ ବୋଲି ବିସ୍ତୃତ ଆଲୋଚନା କରିଛନ୍ତି ବଲାଙ୍ଗିର ଯୁବନେତା ତଥା ୨୦୧୯ ବିଜେଡିର ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ । ବଲାଙ୍ଗିର ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଜବର ଦଖଲ ଉଚ୍ଛେଦ କରାଯାଇଛି, ଯାହାକି ବଲାଙ୍ଗିରର ବହୁ ଗରିବ ଶ୍ରେଣୀର ଲୋକମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ସହିତ ଧନସମ୍ପଦର ମଧ୍ୟ କ୍ଷତି ହୋଇଛି । କାରଣ ଉଛେଦ ହୋଇଥିବା ବା ହେବାକୁଥିବା ଅଂଚଳରେ ଦୀର୍ଘ ୪୦ ୫୦ ବର୍ଷ ଧରି ଲୋକେ ବସବାସ କରୁଥିଲେ । ତେଣୁ ଏତେ ବର୍ଷର ବାସଗୃହକୁ ଉଛେଦ କରିବା ହେତୁ ଲୋକଙ୍କ ଜୀବନ ଧାରାରେ ଅହେତୁକ କ୍ଷତି ହୋଇଛି । ଏହି ପରିପ୍ରେକ୍ଷୀରେ ଅର୍କେଶ ଶ୍ରୀ ଦୀପଙ୍କୁ ରାଜ୍ୟ ସରକାରଙ୍କ “ଜାଗା ମିଶନ’ ଯୋଜନାରେ ଅନ୍ତର୍ଭୁକ୍ତ ବିସ୍ଥାପିତ ମାନଙ୍କୁ ଖୁବଶୀଘ୍ର ଜମି ପଟ୍ଟା ପ୍ରଦାନ କରାଯାଇ ତାଙ୍କୁ ସ୍ଥାୟୀ ବାସିନ୍ଦାର ଦରଜା ଦିଆଯାଉ ବୋଲି କହିଥିଲେ । ବଲାଙ୍ଗିର ସହରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଉଛେଦ ଆଗରୁ ସମୟ ଦେଇ ପଟ୍ଟା ବଂଟନ କରାଇବା ବ୍ୟବସ୍ଥା କରାନ୍ତୁ, ଆମେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ବଲାଙ୍ଗିରର ବିକାଶ ରାଜ୍ୟ ସରକାରଙ୍କ ଦ୍ୱାରା ହିଁ ହେଉଛି । ବଲାଙ୍ଗିରର ବିକାଶର କଥା ଯେତେବେଳ ଉଠିଛି ଆମେ ସବୁବେଳେ ସହଯୋଗ କରିଆସିଛୁ । କିନ୍ତୁ ବିକାଶ କାର୍ଯ୍ୟରେ ବଲାଙ୍ଗିର ଜନସାଧାରଣଙ୍କ ଧନଜୀବନ ଯେଭଳି ନଷ୍ଟ ନହୁଏ ଓ ସାଧାରଣ ଜନତା ଯେପରି ଉଚିତ ଥଇଥାନ ପାଇ ହଇରାଣ ନହେବେ ସେଥିପ୍ରତି ଧ୍ୟାନ ଦେବେ ବୋଲି ଯୁକ୍ତି ବାଢିଥିଲେ ଯୁବନେତା ଅର୍କେଶ । ଏହି ଆଲୋଚନାରେ ପୌର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ସେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବଲାଙ୍ଗିର ସହର ରେ “ଜାଗା ମିଶନ’ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀ ମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଜମି ପଟ୍ଟା ପ୍ରଦାନ କରାଯିବ । ଆଜିର ଏହି ଆଲୋଚନାରେ ବଲାଙ୍ଗିର ବିଜେଡିର ପୁର୍ବତନ କାଉନସିଲର ମୁନ୍ନା ଖାନ, ଶମ୍ଭୁ ନାଗ, ଅଶ୍ୱିନୀ ପଟେଲ, ରାମ ନାଏକ, ଓଙ୍କାର ନାୟକ, ଧୃବ ଜୁଏଡ଼, କୈଳାଶ ମହାନ୍ତି, ଶିବ ପ୍ରସାଦ ବେହେରା, ନରସିଂହ ବାଗ, ବିନୁ ଶତପଥି, ସତ୍ୟ ନାଏକ, ବିଭୁତି ଭୁଷଣ ମିଶ୍ରଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.