ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଜଣେ ଯୁବକଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଣିଗୁଡା ଗ୍ରାମର ଖଗେଶ୍ୱର ସୁନା ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଲହୁଲୁହାଣ ଅବସ୍ଥାରେ ଖଗେଶ୍ୱରଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଗାଁ ଲୋକଙ୍କ କହିବା ଅନୁସାରେ ଖଗେଶ୍ୱର ପ୍ରତିଦିନ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଯୁବକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି । ତେବେ ପୋଲିସ ଏପର୍ଯ୍ୟନ୍ତ ଏହି ଆକ୍ରମଣ ଘଟଣାରେ କାହାକୁ ଗିରଫ କରିନଥିବା ଜଣାପଡିଛି ।

Leave A Reply

Your email address will not be published.