ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

  • ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ କେଉଟ ସାହି ପାର୍ଶ୍ଵବର୍ତ୍ତୀ ଛକ ଜେମା ଦେବୀ ପେଣ୍ଠ ସାହିରେ ଜଣେ ଲୁହାବେପାରୀକୁ ଦୁର୍ବୃତ୍ତ ମାନେ ଖଣ୍ଡାରେ ଆକ୍ରମଣ କରି ଫେରାର୍‌ ହୋଇ ଯାଇଥିବା ସୂଚନା ମିଳିଛି । ଜନୈକ ଉକ୍ତ ଯୁବକଙ୍କୁ ଦୁର୍ବୃତ୍ତମାନେ ମଙ୍ଗଳବାର ସନ୍ଧ୍ୟାରେ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଏ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ଅଜିତ୍ ନାୟକ (୩୧) ବୋଲି ଜଣାଯାଇଛି । ଖବର ପାଇ ବଡ଼ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଚଳାଇଛନ୍ତି । ତେବେ ଏହା ଏକ ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତମାନେ ଅଜିତ୍‌ଙ୍କୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ, ବଡ଼ ବଜାର ଥାନା ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିହିତ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.