centurian jitm

ଗ୍ରାମାଞ୍ଚଳରେ ଭାରତ ବନ୍ଦ ଉପଲକ୍ଷେ ଏଆଇକେକେଏମ୍‌ଏସ୍‌ ତରଫରୁ ରାଲି ଓ ପଥପ୍ରାନ୍ତ ସଭା

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀ ଉତ୍ପାଦନର ବାଣିଜ୍ୟ କାରବାର ପ୍ରୋତ୍ସାହନ ଓ ସୁଗମିକ ବିଲ ୨୦୨୦ ଉତ୍ପାଦନ ଦର ସ୍ୱୀକୃତି ଉପରେ କୃଷକର ରାଜିନାମା ବିଲ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ୨୦୨୦, ଚୁକ୍ତି ଚାଷ ଅଧ୍ୟାଦେଶ ୨୦୨୦ ପ୍ରତ୍ୟାହାର, ବିଦ୍ୟୁତ ବିଲ ୨୦୨୦ ଅଧ୍ୟାଦେଶ ପ୍ରତ୍ୟାହାର ଏବଂ ପେଟ୍ରୋଲ ଡିଜେଲର ମୁଲ୍ୟବୃଦ୍ଧି ବନ୍ଦ କରିବା ଦାବୀରେ ସର୍ବ ଭାରତୀୟ ବନ୍ଦ ଅବସରରେ ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଏଆଇକେକେଏମ୍‌ଏସ୍‌ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ସଭା, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ରତାଖଣ୍ଡି, ଗୁଡଭେଳା ବ୍ଲକର ତେନ୍ତୁଳିଖୁଣ୍ଟି, ବେଲପଡା ବ୍ଲକର କୟସାପଲା, କତ୍ରିଟାଲ, ବେହେରାମୁଣ୍ଡା ଓ ପାଟଣାଗଡ ବ୍ଲକର ବରବାହାଲ ଗ୍ରାମରେ ରାଲି ଜରିଆରେ କେନ୍ଦ୍ର ସରକାରଙ୍କର ·ଷୀ ମାରଣ ନୀତି ତଥା ପୁଞ୍ଜିପତି ତୋଷଣ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଛି । ଏହି ସବୁ ଚରମ ଜନ ବିରୋଧୀ ବିଲ ଯୋଗୁଁ କେବଳ ·ଷ ସର୍ବସ୍ୱାନ୍ତ ହେବ ନାହିଁ, ସମଗ୍ର ଜନସାଧାରଣ ଆର୍ଥିକ ଶୋଷଣର ଶିକାର ହେବେ । ଚାଷୀ ଓ ଚାଷର କଷ୍ଟୋର୍ଜିତ ଫସଲ ସବୁ କଂମ୍ପାନୀ ଓ ବଡବଡ ବ୍ୟବସାୟୀଙ୍କର ଏକ ଚାଟିଆ ଅଧିକାରରେ ପରିଣତ ହେବ । ତେଣୁ ସବୁ ଜନ ବିରୋଧୀ ପଦକ୍ଷେପ ତୁରନ୍ତ ପ୍ରତ୍ୟହାର କରିବା ଦରକାର ବୋଲି ଦାବୀ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ହୃଦାନନ୍ଦ କରୁଁଆ, ମଧୁସୂଦନ ବାଗ, ରାଜେନ୍ଦ୍ର ରଣା, ସୁନୀଲ ଭୋଇ, ହୃଷିକେଶ ବୁଡେକ, ପୀତାମ୍ବର ପଧାନ, ଫକିର ସାହୁ, ତୁଷାର ହିନ୍ନା, ରେଣୁ ମଲ୍ଲିକ, ଆନନ୍ଦ ପୁଟେଲ, ଡୋଳାମଣି ରଣା ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.