
ଭୁବନେଶ୍ୱର : କଟକ-ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ପରିବହନର ଅନ୍ୟତମ ମାଧ୍ୟମ ହୋଇଥିବା ଏକ ‘ମୋ ବସ୍’ ଆଜି ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।