oom

ବଜ୍ରପାତରେ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

jsmm

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ବଜ୍ରପାତରେ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀ ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚାନାନୁଯାୟୀ ସନ୍ଧ୍ୟା ସମୟରେ ବଜ୍ରପାତରେ କମ୍ପାନୀରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।ଏହା ଦେଖି କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ହୋଇ ପଡିଥିବା ବେଳେ କମ୍ପାନୀ ମଧ୍ୟରେ ରହିଥିବା ଅଗ୍ନିଶମ କର୍ମଚାରୀ ମାନେ ପହଁଚି ଜଳୁଥିବା ସ୍ଥାନରେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ବ୍ଲୋଏର ଭାଙ୍ଗି ଯାଇଥିବା ବେଳେ ଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଡିଜିଏମ୍ ରବିନ୍ଦ୍ର କୁମାର ମହାନ୍ତି କହିଛନ୍ତି ।

jittmm
Leave A Reply

Your email address will not be published.