ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର । ପୁଇଁତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗାଁରେ ଗତକାଲି ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି । ହଠାତ୍ ନିଆଁ ଲାଗିବାରୁ ୪ଟି ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୁଇଁତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗାଁରେ ଏପରି ଅଘଟଣ ଘଟିଛି । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁଁ ନିଆଁ ଆୟତ୍ତ ହୋଇ ନ ଥିଲା ।

ଖବର ପାଇ ବଲାଙ୍ଗିର ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଗାଡ଼ି ଯାଇ ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଲାଗିବା ମାତ୍ରେ ଘରେ ଥିବା ପରିବାର ଲୋକ ବାହାରକୁ ଚାଲି ଆସିଥିବାରୁ ସେମାନେ ଆସନ୍ନ ବିପଦରୁ ରକ୍ଷା ପାଇଥିଲେ । ଏଥିରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.