om academy

ମାଲପଡା ଗାଁରେ ଅଘଟଣ : ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଦଳି ଦେଲା ଦନ୍ତା

jsm

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଲପଡା ଗାଁରେ ଘଟିଛି ଏକ ଅଘଟଣ । ହାତୀ ଆକ୍ରମଣରେ ଶୌଚ ପାଇଁ ଯାଇଥିବା ଯୁବକ ଦିଲେଶ୍ୱର ପୁଟେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଦୀର୍ଘ ସମୟ ଧରି ହାତୀଟି ଗାଁ ନିକଟରେ ରହିଛି । ମୃତକ ଜଣକ ଗାଁର ଶିବ ମନ୍ଦିରରେ ପୂଜକ ଭାବେ ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.