om academy

ଛତ୍ରପୁରଠାରେ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୋଜନା ପରିଷଦ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ତଥା ଜନଜାତିର ଲୋକମାନେ ହେଉଛନ୍ତି, ସଭ୍ୟତାର ପ୍ରଥମସ୍ତରର ଅଧିବାସୀ ଏବଂ ସେମାନେ ହେଉଛନ୍ତି, ସଭ୍ୟତାର ପ୍ରଥମ ନାଗରିକ ଅଟନ୍ତି ବୋଲି ତାତ୍ତ୍ଵିକ ଆଲୋଚନା ଦେଇଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ହେଉଛି, ଆଦିବାସୀ ସଂସ୍କୃତିର ଆଦ୍ୟ ପରମ୍ପରା । ଆଦିବାସୀ ସଂସ୍କୃତିର ଧର୍ମଧାରଣାକୁ ନେଇ ଅଦ୍ୟାବଧି ଜଗନ୍ନାଥଙ୍କ ସଂସ୍କୃତିର ମହନୀୟ ପରମ୍ପରା ଯୁଗେ ଯୁଗେ ପ୍ରଚଳିତ ହୋଇ ଆସିଅଛି ବୋଲି କହି ଆଦିବାସୀ ବହୁଳ ସଂସ୍କୃତି ଆମ ସମାଜକୁ ଅନେକ ବୈପ୍ଳବିକ ଭାବନାର ମାନ ଆଣିଦେଇଛି ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ସମ୍ମାନନୀୟ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ଆଦବାସୀ ସଂସ୍କୃତି ଏକ ପ୍ରାଚୀନ ପଲ୍ଲୀ ସଂସ୍କୃତି ହେଲେ ମଧ୍ୟ ଏହାର ନିଆରା ଶାକ୍ତଧର୍ମ ଯୁଗ ଯୁଗ ଧରି ପ୍ରଚଳିତ ହୋଇଆସିଅଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଦିବାସୀ ତଥା ଜନଜାତିଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଚଳଣି ଉପରେ ଧ୍ୟାନଦେଇ ଆଦିବାସୀ ଅଞ୍ଚଳକୁ ମୋୖଳିକ ସୁବିଧା ତଥା ରାସ୍ତାଘାଟ ନିର୍ମାଣ, ଗମନା ଗମନ ସୁବିଧା, ଦୁର୍ଗମ, ଅପହଞ୍ଚ ସ୍ଥାନ ଅଞ୍ଚଳକୁ ସମସ୍ତ ବ୍ୟବସ୍ଥାପନା କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହାକୁ ଆମ୍ଭେ ତାରାନ୍ବିତ କରିବାରେ ପ୍ରୟାସ ଜାରି ରଖିଛୁ ବୋଲି ଜିଲ୍ଲାପାଳ କହିଥିଲେ । ଆଦିବାସୀ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଯାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଆଦିବାସୀମାନଙ୍କ ପ୍ରତି ସମାଜକୁ ଅବଦାନ ଏବଂ ଆନ୍ତର୍ଜାତୀୟ ଆଦିବାସୀ ଦିବସର ମହତ୍ତ୍ୱ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାଷାନ ଯୋଗ ଦେଇ ବିଶ୍ୱ ଜନଜାତି ଦିବସ ସମ୍ପର୍କ କହିବା ସହିତ ରାଜ୍ୟ ସରକାର ଜନଜାତିର ଛାତ୍ରଛାତ୍ରୀମାନଙ୍କଠାରୁ ଆଦବାସୀ ଜାତିର ଲୋକଙ୍କ ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି, ଏହା ସହିତ ବିଭିନ୍ନ କାର୍ଯ୍ୟ କରଯାଉଛି ବୋଲି କହିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କେତେ ଜଣ ବିଶେଷଜ୍ଞ ସହିତ ଆଦିବାସୀମାନଙ୍କ ସମାଜକୁ ଦେଇଥିବା ଭୂମିକା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.