ସଇଁତଲା ଭାରତ ଫାଇନାନ୍ସ ଲିମିଟେଡ଼ରୁ ୨୧ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ : ଜେଲ ଗଲେ ଫାଇନାନ୍ସ ବିଏମ୍‌ ଓ କ୍ୟାସିଆର, ଅଞ୍ଚଳରେ ବେଶ ଚର୍ଚ୍ଚା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ନବୀନ ଛକରେ ଥିବା ଭାରତ ଫାଇନାନ୍ସ ଲିମିଟେଡ଼ ସଇଁତଲା ଶାଖାରୁ ୨୧ଲକ୍ଷ ୧୪ ହଜାର ୮ ଶହ ୭ ଟଙ୍କା ଆତ୍ମସାତ ହୋଇଥିବା ନେଇ ଭାରତ ଫାଇନାନ୍ସ ୟୁନିଟ ମ୍ୟାନେଜର ଧମେନ୍ଦ୍ର ବେହେରା ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଇଁତଲା ଶାଖାର ବିଏମ୍‌ ତଥା ପୁଇଁତଲା ଥାନା ଗଇଁନ୍ତଲା ଗ୍ରାମର ନିତେଶ ନାଗ(୩୬) ଓ କ୍ୟାସିଅର ପାଟଣାଗଡ଼ ଥାନା ଯୁଗୀମୁଣ୍ଡା ଗାଁର ନରହରି ଥନାପତି (୨୪) ବୋଲି ଜଣାପଡିଛି । ଏ ସମ୍ପର୍କରେ ସଇଁତଲା ଥାନାରେ ୯୪ /୨୨ରେ ଏକ ମାମଲା ରୁଜୁ କରି ଦଫା ୪୦୬, ୪୦୮, ୪୦୯, ୪୨୦, ୫୦୬, ୩୪ ଆଇପିସିରେ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସ୍‌ଆଇ ପି କେ. ନାୟକ ତଦନ୍ତ କରି ଉଭୟ ୨ ଜଣ କର୍ମଚାରୀଙ୍କୁ ଗିରଫ କରି ସଇଁତଲା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି । ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୧୩ ତାରିଖ ଦିନ ବିଏମ ନୀତେଶ ନାଗ ସନ୍ଧ୍ୟା ୮ ଘଣ୍ଟା ସମୟରେ ମେଡିକାଲ କାର୍ଯ୍ୟ ଦର୍ଶାଇ ଛୁଟି ନେଇଥିଲେ । ଏହାପରେ ଛୁଟି ନେବା ପରେ ଆଉ ଅଫିସକୁ ନ ଆସିବାରୁ କ୍ୟାସିୟର ନରହରି ଥନାପତି ୟୁନିଟ ମେନେଜର ଟିଟିଲାଗଡ଼ ଧମେନ୍ଦ୍ର ବେହେରାଙ୍କୁ ଛୁଟିରେ ଯାଇ ଆଉ ଅଫିସକୁ ନ ଆସିବା କଥା ଜାଣିବା ପରେ ୟୁନିଟ ମେନେଜର ଜଣକ  ବିଏମ୍‌ ଶ୍ରୀ ନାଗଙ୍କୁ ଫୋନ କରିବା ପରେ ମୋବାଇଲ ସୁଇଚ ଅପ ରହିଥିଲା । ଘାଟଣା ସମ୍ପର୍କରେ ଭୁବାନୀପାଟଣା ରିଜୁନାଲ ଅଫିସକୁ ଜଣାଇଥିଲେ । ଏହାପରେ ୩ ଜଣିଆ ଟିମ୍‌ ଆସି ଲକର ଯାଞ୍ଚ କରିଥିଲେ । ଏହାପରେ ଲକରରୁ ୨ ଲକ୍ଷ ୪୦ ହଜାର ୮ ଶହ ୮୩ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ । ଏହାପରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଜଣାବା ପରେ ଏକ ଅଡ଼ିଟ ଟିମ୍‌ ପହଂଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ମହିଳା ଏସ୍‌ଏଚ୍‌ଜି ଗୋଷ୍ଠୀମାନଙ୍କୁ ରଣ ଦେବା ବାବଦରେ ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଜାଣିବାକୁ ପାଇଥିଲେ ଯେ, ମହିଳା ଗୋଷ୍ଠୀର ୮୦ ଜଣ ସଦସ୍ୟଙ୍କୁ ରଣ ଦେଇ ତାଙ୍କ ଠାରୁ ୧୮ ଲକ୍ଷ ୭୩ ହଜାର ୯ ଶହ ୨୪ ଟଙ୍କା ନିଜ ଆକାଉଣ୍ଟରେ ଜମା କରି ଟଙ୍କା ଆତ୍ମସାତ କରିଥିବା ଅଡ଼ିଟରୁ ଜାଣିବାକୁ ପାଇଥିଲେ । ଏହାପରେ ଗତ ୧୪ ତାରିଖରେ ୟୁନିଟ ମେନେଜର ଥାନାରେ ଅଭିଯୋଗ ପରେ ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । 

Leave A Reply

Your email address will not be published.

error: Content is protected !!