ଗରଗଡବାହାଲରେ ଲଘୁଚାପ ବର୍ଷାରେ ଘର ଭାଙ୍ଗିଲା : ଆବାସ ଯୋଜନାରେ ସାମିଲ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡବାହାଲ ପଞ୍ଚାୟତ ସଦର ଗ୍ରାମର ଇନ୍ଦ୍ରମଣି ବାଗ(୪୦)ନାମକ ଜଣେ ବ୍ୟକ୍ତିଙ୍କ ଇଟାରେ ତିଆରି ଏକ ଘର ଗତ ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବାରୁ ଅଳ୍ପକେ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ସେମାନେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସେ ତହସିଲଦାର ଓ ବର୍ତ୍ତମାନ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇନଥିବାରୁ ବିଡିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଘର ଭାଙ୍ଗିଥିବା ଇନ୍ଦ୍ରମଣିଙ୍କୁ ସରକାରୀ ସହାୟତା ଓ ଆବାସ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.