୩ ଆତଙ୍କବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ବଡ଼ଗାମରେ ରବିବାର ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସଂଗଠନର ସଦସ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି । ସେମାନେ ହେଲେ ମହମ୍ମଦ ୟୁସୁଫ ଡର, ଅବଦୁଲ ମଜୀସ ମିର ଓ ରିଆଜ ଅହମ୍ମଦ ବାସମତୀ । ବଡ଼ଗାମ ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ଯବାନଙ୍କ ମିଳିତ ଚଢ଼ଉରେ ଏହି ୩ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ସମୟରେ ଯବାନ ଓ ପୁଲିସମାନେ ୨ଟି ହାତବୋମା, ଏକେ-୪୭ ପାଇଁ ବ୍ୟବହୃତ ହେବାକୁ ଥିବା ୨୫ ରାଉଣ୍ଡ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଛି । ଏମାନେ ବଡ଼ଗାମ ଓ ଶ୍ରୀନଗର ଜିଲ୍ଲାରେ ନବନିର୍ବାଚିତ ଜିଲ୍ଲା ଉନ୍ନୟନ ପରିଷଦର ସଦସ୍ୟଙ୍କୁ ଟାର୍ଗେଟ କରୁଥିଲେ ବୋଲି ଜାତୀୟ ଗଣମାଧ୍ୟମକୁ ପୁଲିସ କହିଛି । ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀଙ୍କ ସଂଗଠନର ଅନ୍ୟ ସଦସ୍ୟ ଶେଖ, ଉସମାନ, ତାରିକ, ହଫଦୁଲ୍ଲାଙ୍କ ସହ ଏମାନଙ୍କ ଲିଙ୍କ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.