ls

ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

sb

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ସେ ବାଲିଗୁଡାରେ ଆଇନଜୀବୀ ତଥା ସରକାରୀ ଓକିଲ ଭାବେ ଦୀର୍ଘ ୪୦ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରି ଆସୁଥିଲେ । ତାଙ୍କର ମରଶରୀରକୁ ନିଜ ଗ୍ରାମ ନୟାଗଡ ଜିଲ୍ଲା କନିପଦାକୁ ଆଣି ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କର ବିୟୋଗରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

pc pk
Leave A Reply

Your email address will not be published.