୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା । ସମୁଦାୟ ୧୭୬ଟି ଟଙ୍କା ବ୍ୟାଗ୍‌ ବଲାଙ୍ଗିର ସୁଦପଡ଼ା ମଦଭାଟିରୁ ଆଇଟି ବିଭାଗ ଜବତ କରିଥିବା ବେଳେ ଏହାର ପରିମାଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଆଜି ଟଙ୍କା ଗଣିବା ପାଇଁ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାରେ ୨୫ଟି ଟଙ୍କା ଗଣା ମେସିନ୍‌ ଲଗାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଟଙ୍କା ଗଣା ସମାପ୍ତ ହୋଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ଟଙ୍କା ଗଣା କାମରେ ୫୦ ଜଣ ବ୍ୟାଙ୍କ କର୍ମଚାରୀ ଲାଗିଥିବା ମଧ୍ୟ ଜଣାପଡିଛି । ଅନ୍ୟପଟେ ଆହୁରି ଖୋଲ୍‌ତାଡ୍‌ରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଲାଗିପଡ଼ିଛନ୍ତି ଇନ୍‌କମ୍‌ ଟ୍ୟାକ୍ସ ଅଧିକାରୀମାନେ ।

Leave A Reply

Your email address will not be published.