jayashree

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

କଟକ : ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପରୀକ୍ଷାର୍ଥୀମାନଙ୍କ ପାଇଁ ଜାନୁଆରି ୧୦ ତାରିଖ ସକାଳ ୧୦ଟାରୁ ଫର୍ମପୂରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଲେ ଜାନୁଆରି ୨୭ ତାରିଖ ରାତି ୧୧.୪୫ ଟା ମଧ୍ୟରେ ବିନା ଜରିମାନାରେ ଫିସ୍‌ ଦାଖଲ କରିପାରିବେ ପରୀକ୍ଷାର୍ଥୀ ମାନେ । ତେବେ ଏହି ଫର୍ମ ଦାଖଲ କରିବାର ଶେଷ ସମୟ ୨୮ ତାରିଖର ମଧ୍ୟ ରାତ୍ର । ସେହିପରି ଜାନୁଆରି ୨୮ ତାରିଖରୁ ଫେବ୍ରୁଆରି ୧ ତାରିଖ ରାତି ୧୧.୪୫ ସୁଦ୍ଧା ଜରିମାନା ସହ ଫିସ୍‌ ଦାଖଲ କରିହେବ । ଫର୍ମ ଦାଖଲ କରିବାର ଶେଷ ତାରିଖ ଫେବ୍ରୁଆରି ୨ ତାରିଖ ରହିଥିବା ବେଳେ ଅନ୍‌ଲାଇନ୍‌ ଯୋଗେ ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ସେମାନଙ୍କ ଫର୍ମ ପୂରଣ କରିପାରିବେ । ଏହି ବିଜ୍ଞପ୍ତି ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ପ୍ରକାଶ ପାଇଛିଁ ।

Leave A Reply

Your email address will not be published.