ଆମେରିକାର ସଂସଦ କମ୍ପ୍ଲେକ୍ସରେ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା ହିଂସାତ୍ମକ ବିରୋଧ : ୱାଶିଂଟନରେ କର୍ଫ୍ୟୁ, ଗୁଳି ବିନିମୟରେ ମୃତ୍ୟୁବରଣ କଲେ ମହିଳା

ନୂଆଦିଲ୍ଲୀ : ଗୁରୁବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା କଂଗ୍ରେସରେ ଥିବା ଇଲେକ୍ଟୋରାଲ କଲେଜ ବିଷୟରେ ବୈଠକ ପୂର୍ବରୁ ବିକ୍ଷୋଭ କରିଥିଲେ । ଟ୍ରମ୍ପ ସମର୍ଥକଙ୍କ ଉତ୍ତେଜନା ଏବଂ ହିଂସା ଯୋଗୁଁ ପରିସ୍ଥିତି ଅସମ୍‌ମ୍ଭାଳ ହେବା ଯୋଗୁଁ ୱାଶିଂଟନ୍ ଡିସିରେ କର୍ଫ୍ୟୁ ଲାଗୁ କରିବାକୁ ପଡିଲା । ଏହି ଉତ୍ତେଜନା ସମୟରେ ଟ୍ରମ୍ପ ସମର୍ଥକ ଏବଂ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ଅନେକ ଆହତ ହୋଇଥିଲେ । ଏଥିରେ ଜଣେ ମହିଳା ମଧ୍ୟ ଗୁଳିରେ ମୃତ୍ୟୁବରଣ କରିଥିଲେ । ଆମେରିକା କଂଗ୍ରେସରେ ଥିବା ଇଲେକ୍ଟୋରାଲ କଲେଜ ବିଷୟରେ ବିତର୍କ ସମୟରେ ଏହି ଉତ୍ତେଜନା ଘଟିଥିଲା । ଏହି ହିଂସାତ୍ମକ ଘଟଣାକୁ ଆମେରିକାର ସବୁଆଡେ ନିନ୍ଦା କରାଯାଉଛି ।

ଉପରାଷ୍ଟ୍ରପତି ମାଇକ ପେନ୍ସ କହିଛନ୍ତି ଯେ, ଏଠାରେ ଘଟୁଥିବା ହିଂସାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଗୁଳି ଚାଳନାରେ ଜୀବନ ହରାଇଥିବା ମହିଳାଙ୍କ ଉପରେ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସେହି ଲୋକମାନେ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଆଜି ଆମ ରାଜଧାନୀକୁ ରକ୍ଷା କରିଛନ୍ତି ।

Leave A Reply

Your email address will not be published.