oum

ସୁସ୍ଥଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା

jsm

• ବିଶ୍ୱରେ ସର୍ବାଧିକ ଆରୋଗ୍ୟ ଥିବା ଦେଶ ତାଲିକାର ଶୀର୍ଷରେ ସ୍ଥାନ ବଜାୟ ରଖିଛି ଭାରତ
• ବିଗତ ଦୁଇ ମାସରେ କରୋନା ସକ୍ରିୟ ମାମଲା ପ୍ରତିଶତ ତିନି ଗୁଣରୁ ଅଧିକ ହ୍ରାସ
• ଭାରତରେ ନମୁନା ପରୀକ୍ଷା ଅତିକ୍ରମ କଲା ୧୧ କୋଟି

ନୂଆଦିଲ୍ଲୀ, (ପିଆଇବି) : ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହେବା କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷରେ ରହିଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ୭୫ ଲକ୍ଷକୁ ଅତିକ୍ରମ କରିଛି (୭୫,୪୪,୭୯୮) ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୨୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସକ୍ରିୟ ମାମଲା କ୍ରମେ ନିମ୍ନମୁଖୀ ଧାରାରେ ରହିଛି । ଭାରତରେ ଏବେ ସକ୍ରିୟ ମାମଲା ସଂଖ୍ୟା ୫,୬୧,୯୦୮ ରହିଛି ।
ଦେଶରେ ଏବେ ସକ୍ରିୟ ସଂଖ୍ୟା ମୋଟ ପଜିଟିଭ୍ ମାମଲାର ମାତ୍ର ୬.୮୩ ପ୍ରତିଶତ ରହିଛି ।
ମାତ୍ର ଦୁଇ ମାସ ମଧ୍ୟରେ ସକ୍ରିୟ ମାମଲାର ପ୍ରତିଶତ ତିନି ଗୁଣାରୁ ଅଧିକ ହ୍ରାସ ପାଇଛି । ସେପ୍ଟେମ୍ବର ୩ ତାରିଖରେ ସକ୍ରିୟ ମାମଲାର ପ୍ରତିଶତ ୨୧.୧୬ ଥିଲା ।
୨୦୨୦ ଜାନୁଆରୀରୁ କୋଭିଡ-୧୯ ନମୁନା ପରୀକ୍ଷା ଭାରତରେ ଆଖିଦୃଶିଆ ବୃଦ୍ଧି ପାଇଛି । ବ୍ୟାପକ ପରୀକ୍ଷା ଯୋଗୁ ଆକ୍ରାନ୍ତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିଛି ଏବଂ ସେମାନଙ୍କର ଆବଶ୍ୟକ ଚିକିତ୍ସା କରାଯାଇଛି। ଆଜି ମୋଟ ନମୁନା ପରୀକ୍ଷା ୧୧କୋଟି (୧୧,୦୭,୪୩,୧୦୩)ର ଏକ ମାଇଲଖୁଣ୍ଟକୁ ଅତିକ୍ରମ କରିଛି ।
ଦେଶର ନମୁନା ପରୀକ୍ଷା କ୍ଷମତା ମଧ୍ୟ ବୁହୁଗୁଣ ହୋଇଛି । ଦେଶବ୍ୟାପୀ ଉଭୟ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ଉଦ୍ୟମରେ ୨୦୩୭ଟି ଲାବୋରେଟାରୀରେ ନମୁନା ପରୀକ୍ଷା ହେଉଛି ।
ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ ୯୧.୬୮%ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ୭୮% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । କେରଳ ଏବଂ କର୍ଣ୍ଣାଟକରୁ ଗୋଟିଏ ଦିନରେ ସର୍ବାଧିକ ୮ ହଜାର ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ପଛକୁ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରୁ ୪ ହଜାର ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୩୨୧ ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ନୂଆ ପଜିଟିଭ୍ ମାମଲାର ୮୦% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ୭୦୨୫ଟି ନୂଆ ମାମଲା ସହ କେରଳ ଶୀର୍ଷରେ ରହିଛି । ଏହା ପଛକୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ ୫ ହଜାର ଲେଖାଏଁ ମାମଲା ଚିହ୍ନଟ ହୋଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି ।
ଏଥିମଧ୍ୟରୁ ୮୨% ମୃତ୍ୟୁ ଗତ ୨୪ ଘଣ୍ଟାରେ କେବଳ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି ।
ଗତକାଲି ୨୨% ମୃତ୍ୟୁ କେବଳ ମହାରାଷ୍ଟ୍ରରୁ (୧୧୩ ମୃତ୍ୟୁ) ହୋଇଛି । ଏହା ପଛକୁ ପଶ୍ଚିମବଙ୍ଗରୁ ୫୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.