ଦେଶରେ ଦିନିକିଆ ସୁସ୍ଥତାରେ ସର୍ବକାଳୀନ ରେକର୍ଡ

• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୮,୫୮୪ ରୋଗୀ
• ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ୭୦%ରୁ ଅଧିକ

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପାଖାପାଖି ୩୦ ଲକ୍ଷ (୨୯,୭୦,୪୯୨)ରେ ପହଞ୍ଚିଛି ।
ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି । ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି । ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା ହାରର ବୃଦ୍ଧି ସମ୍ଭବ ହୋଇଛି । ଏହିସବୁ ସୁଚିନ୍ତିତ ପଦକ୍ଷେପ ବଳରେ ବିଶ୍ଵରେ ସଂକ୍ରମଣ ତୁଳନାରେ ମୃତ୍ୟୁ ହାର ୩.୩ ଥିବା ବେଳେ ଆମ ଦେଶରେ ଆଜି ଏହା ୧.୭୫ ପ୍ରତିଶତରେ ରହିଛି ।

Leave A Reply

Your email address will not be published.

four × 5 =