ପୀଡ଼ିତଙ୍କ କଣ୍ଠରୋଧ କରୁଛନ୍ତି ସରକାର, ଏଇଟା କି ପ୍ରକାର ରାଜଧର୍ମ : ପ୍ରଶ୍ନ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତକାଲି କଂଗ୍ରେସ ଦଳର ଏକ ବୈଠକରେ ମୋଦୀ ସରକାରଙ୍କ ଉପରେ ଜୋର୍‌ ବର୍ଷିଛନ୍ତି ଏବଂ କହିଛନ୍ତି ଯେ, ଦେଶର ଲୋକତନ୍ତ୍ର ଏବେ ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି । ସେ ଦଳିତ ମାନଙ୍କ ଉପରେ ହେଉଥିବା ଅପରାଧ, କୋଭିଡ-୧୯ ମହାମାରୀ ଏବଂ ଆର୍ଥିକ ଅଧୋଗତିର ବିଷୟ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ପାର୍ଟି ପକ୍ଷରୁ ତାଙ୍କ ବକ୍ତବ୍ୟର ଏକ ଅଂଶ ଅଧିକାରିକ ଟ୍ୱିଟର୍‌ ମାଧ୍ୟମରେ ଟ୍ୱିଟ୍‌ ମଧ୍ୟ କରିଛନ୍ତି । ସୋନିଆ ଗାନ୍ଧୀ ସରକାର ପୀଡ଼ିତମାନଙ୍କ କଣ୍ଠରୋଧ କରୁଥିବା ଆରୋପ ଲଗାଇବା ସହ ପ୍ରଶ୍ନ କରିଛନ୍ତି ଯେ, ଏହା କ’ଣ ରାଜଧର୍ମ ?

Leave A Reply

Your email address will not be published.