ସଂସଦ ଭିତରେ ଧାରଣା ମନା

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା । ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍‌ , ଉପବାସ ମନା । ଏମିତିକି କୌଣସି ଧର୍ମୀୟ ଉତ୍ସବ ଆଳରେ ମଧ୍ୟ ଏସବୁ କରିବାକୁ ମନା କରାଯାଇଛି । ସେହିପରି ଗୁରୁବାର ମଧ୍ୟ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ନିୟମ ଚର୍ଚ୍ଚା ସୃଷ୍ଟି କରିଛି ।

Leave A Reply

Your email address will not be published.