oom

ପିତାଙ୍କ ଅର୍ଜିତ ସମ୍ପତ୍ତି ଉପରେ ଝିଅମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି

jsmm

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଯଦି ପିତାଙ୍କର ମୃତ୍ୟୁ ହୁଏ ଏବଂ ସେ ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ର ପ୍ରସ୍ତୁତ କରିନାହାଁନ୍ତି, ତେବେ ପିତାଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତିରେ ଝିଅର ଅଧିକାର ଅଛି ଏବଂ ସେ ନିଜେ ଏହି ସମ୍ପତ୍ତି ପାଇଁ ହକଦାର । ଅଦାଲତ କହିଛନ୍ତି ଯେ ପୁଅ, ପରିବାରର ଅନ୍ୟ ସଦସ୍ୟଙ୍କ ପରି ଝିଅଙ୍କୁ ଏହି ଅଧିକାର ମିଳିବ । ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ହିନ୍ଦୁ ମହିଳା ଏବଂ ବିଧବାଙ୍କ ଜମି ସହ ଜଡିତ ଅଧିକାରର ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି ।

ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଏବଂ କୃଷ୍ଣ ମୁରାରୀଙ୍କ ଏକ ବେଞ୍ଚ ୫୧ ପୃଷ୍ଠାର ବିଚାରରେ କହିଛନ୍ତି ଯେ, ଯଦି ଜଣେ ହିନ୍ଦୁ ବ୍ୟକ୍ତି ଇଚ୍ଛାପତ୍ର ପ୍ରସ୍ତୁତ ନକରି ମୃତ୍ୟୁବରଣ କରନ୍ତି, ତେବେ ଝିଅ ତାଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ ।

jittmm
Leave A Reply

Your email address will not be published.