ଆରମ୍ଭ ହେଲା ଅମରନାଥ ଯାତ୍ରା, ତୀର୍ଥଯାତ୍ରୀଙ୍କ ପ୍ରବଳ ଉତ୍ସାହ

ଜାମ୍ମୁ : ଶୁକ୍ରବାର ବାଦଲ ଫଟା ଘଟଣା ଯୋଗୁଁ ଅଟକି ରହିଥିବା ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । ଜାମ୍ମୁରେ ଅଟକି ରହିବା ପରେ ଅମରନାଥ ତୀର୍ଥଯାତ୍ରୀଙ୍କ ଏକ ନୂତନ ବ୍ୟାଚ୍ ଜାମ୍ମୁ ବେସ୍ କ୍ୟାମ୍ପ ଛାଡିଛନ୍ତି । ପହଲଗାମ ମାର୍ଗରେ ଥିବା ନନ୍‌ୱାନ ବେସ୍ କ୍ୟାମ୍ପରୁ ଅମରନାଥ ତୀର୍ଥଯାତ୍ରୀଙ୍କ ଏକ ବ୍ୟାଚ୍ ପବିତ୍ର ଗୁମ୍ଫାକୁ ପଠାଯାଇଛି । ଅମରନାଥ ଜୀ ଶ୍ରୀମନ୍ଦିର ବୋର୍ଡ ଅନୁଯାୟୀ ସୋମବାରଠାରୁ ସମାନ ମାର୍ଗରେ ଯାତ୍ରା ଆରମ୍ଭ ହୋଇଛି, କିନ୍ତୁ ଉଭୟ ନନ୍‌ୱାନ ଏବଂ ବାଲ୍‌ଟାଲ୍‌ ରୁଟରୁ ହେଲିକପ୍ଟର ସେବା ଉପଲବ୍ଧ ହେବ । ଏହି ସମୟରେ ଜାମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରେ ପଞ୍ଜିକୃତ ତୀର୍ଥଯାତ୍ରୀଙ୍କୁ ମଧ୍ୟ ଜୁଲାଇ ୧୧ ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି । ଅନ୍ୟ ପକ୍ଷରେ ଜାମ୍ମୁ ଡେପୁଟି କମିଶନର ଅବନୀ ଲାଭସା କହିଛନ୍ତି ଯେ, ଏହି ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ପଞ୍ଜିକୃତ ଯାତ୍ରୀମାନଙ୍କୁ ଯାତ୍ରୀ ନିବାସରେ ପହଞ୍ଚିବାକୁ କୁହାଯାଇଛି ।

Leave A Reply

Your email address will not be published.