‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ଆମର ଗୌରବ, ଆମ ତ୍ରିରଙ୍ଗା, ଆପଣଙ୍କ ଘରେ ଉତ୍ତୋଳନ କରନ୍ତୁ, ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅନ୍ତୁ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.comମକ୍ଟଜ୍ଞରେ ଅପଲୋଡ୍ କରନ୍ତୁ – ଶ୍ରୀ ଅମିତ ଶାହ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି
  • #HarGharTiranga ଅଭିଯାନ ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି

ନୂଆଦିଲ୍ଲୀ, (ପିଆଇବି) : ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ, ସେମାନେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ: କେନ୍ଦ୍ର ଗୃହମନ୍ତ୍ରୀ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com  ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି । ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ, ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ । ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.comରେ ଅପଲୋଡ୍ କର ।

Leave A Reply

Your email address will not be published.