ଆଜି ଉତ୍ତରାଖଣ୍ଡରେ ନମାମି ଗଙ୍ଗେ ଅଧୀନରେ ୬ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

● “Rowing Down the Ganges” ପୁସ୍ତକ ହେବ ଉନ୍ମୋଚନ
● ଗଙ୍ଗା ଉପରେ ସ୍ଵତନ୍ତ୍ର ସଂଗ୍ରହାଳୟ ଗଙ୍ଗା ଅବଲୋକନକୁ କରିବେ ଉଦଘାଟନ

ନୂଆଦିଲ୍ଲୀ, (ପିଆଇବି) : ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୮ ଏମଏଲଡି ଏସଟିପି ନିର୍ମାଣ, ହରିଦ୍ଵାରର ଜଗଜିତପୁରଠାରେ ଥିବା ୨୭ ଏମଏଲଡି ଏସଟିପିର ଉନ୍ନତିକରଣ ଏବଂ ହରିଦ୍ଵାରର ସରାଇଠାରେ ୧୮ ଏମଏଲଡି ଏସଟିପିର ନିର୍ମାଣ ଅନ୍ତର୍ଭୁକ୍ତ । ୬୮ ଏମଏଲଡି ଏସଟିପି ଜଗଜିତପୁର ପ୍ରକଳ୍ପ ରାଜ୍ୟର ପ୍ରଥମ ସ୍ବେରେଜ ପ୍ରକଳ୍ପ ଯାହାକି ସରକାରୀ ଓ ଘରୋଇ ଭାଗିଦାରୀତାରେ ସଂପୂର୍ଣ୍ଣ ହୋଇଛି । ଏହା ବ୍ୟତୀତ ଋଷିକେଶର ଲାକଡାଘାଟଠାରେ ୨୬ ଏମଏଲଡି ଏସଟିପିର ମଧ୍ୟ ଉଦଘାଟନ କରିବେ ।
ହରିଦ୍ଵାର ଋଷିକେଶ ଜୋନରୁ ଗଙ୍ଗା ନଦୀରେ ଶତକଡା ୮୦ ଭାଗ ବର୍ଜ୍ୟ ଜଳ ନିଷ୍କାସିତ ହୋଇଥାଏ । ଗଙ୍ଗା ନଦୀକୁ ନିର୍ମଳ ରଖିବା ପାଇଁ ଏହି ଏସଟିପିଗୁଡିକର ଉଦଘାଟନ ବିଶେଷ ସହାୟକ ହେବ ।
ମୁନି କି ରେଟି ସହରର ଚନ୍ଦ୍ରେଶ୍ଵର ନଗରରେ ୭.୫ ଏମଏଲଡି ଏସଟିପି ଦେଶର ପ୍ରଥମ ୪ ମହଲା ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଣ୍ଟର ମାନ୍ୟତା ପାଇବ । ଏହା ୯୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି ।
ପ୍ରଧାନମନ୍ତ୍ରୀ ଏହାଛଡା ଚୁରପାଣିଠାରେ ୫ ଏମଏଲଡି ଏସଟିପି ଓ ବଦ୍ରିନାଥଠାରେ ୧ ଏମଏଲଡି ଏସଟିପି ଓ ୦.୦୧ ଏମଏଲଡି ଏସଟିପି ସାମର୍ଥ୍ୟ ବିଶିଷ୍ଟ ଆଉ ଦୁଇଟି ଏମଏଲଡି ଏସଟିପି ମଧ୍ୟ ଉଦଘାଟନ କରିବେ । ଏହାକୁ ମିଶାଇ ଉତ୍ତରାଖଣ୍ଡର ମୋଟ ୩୦ଟି ପ୍ରକଳ୍ପର କାର୍ୟ୍ୟ ସଂପୂର୍ଣ୍ଣ ହେବ । ଶତକଡା ୧୦୦ ଭାଗ କାର୍ୟ୍ୟ ଏହି ଗଙ୍ଗାନଦୀ ତଟବର୍ତ୍ତୀ ୧୭ଟି ସହରରେ ସଂପୂର୍ଣ୍ଣ ହେବା ଏକ ପ୍ରମୁଖ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଧାନମନ୍ତ୍ରୀ ମଧ୍ୟ ଗଙ୍ଗା ଅବଲୋକନ ନାମରେ ଏକ ସଂଗ୍ରହାଳୟର ଉଦଘାଟନ ହରିଦ୍ଵାରର ଚଣ୍ଡୀଘାଟଠାରେ କରିବେ । ଦେଶରେ ପ୍ରଥମଥର ପାଇଁ ସ୍ଥାପିତ ଏହିପରି ଏକ ସଂଗ୍ରହାଳୟରେ ଗଙ୍ଗାନଦୀର ପୁନରୁଦ୍ଧାର, ଜୈବ ବିବିଧତା, ସଂସ୍କୃତି ଇତ୍ୟାଦି ସନ୍ନିବେଶିତ ହେବ ।
ଏହି ଅବସରରେ ଜାତୀୟ ଗଙ୍ଗା ପରିମଳ ମିଶନ ଓ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ପୁସ୍ତକ ‘Rowing down the Ganges’ ଉନ୍ମୋଚିତ ହେବ । ଗଙ୍ଗାକୂଳର ସଂସ୍କୃତି ଓ ଜୈବ ବିବିଧତା ବିଷୟବସ୍ତୁମାନ ଏହି ପୁସ୍ତକରେ ରଙ୍ଗୀନ ଫଟୋ ସହିତ ଦର୍ଶାଯାଇଛି । ଏହି ପୁସ୍ତକରେ ଗଙ୍ଗାର ଉତ୍ପତ୍ତିସ୍ଥଳ ଗୋମୂଖଠାରୁ ଆରମ୍ଭ କରି ସାଗରରେ ବିଲୀନ ହୋଇଥିବା ଗଙ୍ଗା ସାଗର ପର୍ୟ୍ୟନ୍ତ ନୌଯାତ୍ରାର ପରିକଳ୍ପନା କରାଯାଇଛି ।
ଏହାଛଡା ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନର ଲୋଗୋ ଓ ଗ୍ରାମପଞ୍ଚାୟତଗୁଡିକର ମାର୍ଗଦର୍ଶିକା ଓ ଜଳ ଜୀବନ ମିଶନ ଅନ୍ତର୍ଗତ ପାଣି ସମିତି ସମ୍ପର୍କିତ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ।
ଏହି ଲିଙ୍କhttps://pmevents.ncog.gov.in/ରେ ଯୋଡି ହୁଅନ୍ତୁ ।

Leave A Reply

Your email address will not be published.