om academy

ବିଶ୍ୱର ୧୩ ଜଣ ପ୍ରମୁଖ ନେତାଙ୍କୁ ପଛରେ ପକାଇ ପିଏମ୍‌ ମୋଦୀ ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା

jsm

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଗ୍ଲୋବାଲ୍ ରେଟିଂ ଏଜେନ୍ସି ମର୍ନିଂ କନ୍‌ସଲ୍‌ଟ୍‌ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଲ୍ୟାୟନ ୭୧ ପ୍ରତିଶତ ରହିଛି । ମେକ୍ସିକୋର ରାଷ୍ଟ୍ରପତି ଆଂଦ୍ରେଜେ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବିଶ୍ୱର ବରିଷ୍ଠ ନେତାଙ୍କ ବିଷୟରେ କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ତାଲିକାରେ ୪୩ ପ୍ରତିଶତ ରେଟିଂରେ ଥିବା ବେଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ୨୬% ରେଟିଂ ଅଛନ୍ତି । ୬୦ ପ୍ରତିଶତ ଅନୁମୋଦନ ମୂଲ୍ୟାୟନ ସହିତ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ପଞ୍ଚମ ସ୍ଥାନରେ ଜର୍ମାନୀର ଓଲ୍‌ଫ୍‌ ସ୍କୋଲଜ, ଷଷ୍ଠ ସ୍ଥାନରେ କାନାଡାର ଜଷ୍ଟିନ ଟ୍ରୁଡୋ ।

Leave A Reply

Your email address will not be published.