ଔରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍ ଲାଗୁ

ଔରଙ୍ଗାବାଦ : ମହାରାଷ୍ଟ୍ରର ଓରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍‌ କରିାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିବନ୍ଧକ ସପ୍ତାହ ଶେଷରେ ଅର୍ଥାତ୍ ଶନିବାର ଏବଂ ରବିବାର ଦିନ ହେବ । ବାସ୍ତବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଔରଙ୍ଗାବାଦରେ ୫୭ ହଜାର ୭୫୫ ଜଣ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି, ସେଥିମଧ୍ୟରୁ ୫ ହଜାର ୫୬୯ ମାମଲା ସକ୍ରିୟ ରହିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହାରାଷ୍ଟ୍ର ସରକାର କରୋନା ବିସ୍ତାରକୁ ରୋକିବା ପାଇଁ ସରକାର ନିରନ୍ତର ନିଜର ଶକ୍ତି ଓ ବୃଦ୍ଧି ପ୍ରୟୋଗ କରୁଛନ୍ତି । ଔରଙ୍ଗାବାଦ ପୂର୍ବରୁ ନାଗପୁର ସମେତ ଅନ୍ୟାନ୍ୟ ଜିଲ୍ଲାରେ ଲକ୍‌ଡ଼ାଉନ୍‌ କରାଯାଇଥିଲା ।

Leave A Reply

Your email address will not be published.